ଫେସବୁକରୁ ହଟିବ ଫେକ୍ ନିଉଜ
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ସବୁଠାରୁ ଲୋକପ୍ରିୟ ମାଧ୍ୟମ ହେଉଛି ଫେସବୁକ। ଅନେକ ସମୟରେ ଫେସବୁକରେ ବିବାଦୀୟ ଏବଂ ମିଛ ଖବର ବା ଫେକ୍ ନିଉଜ ପ୍ରସାରିତ ହେବା ଦ୍ୱାରା ବିଭିନ୍ନ ସ୍ଥାନରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଏଥିଯୋଗୁଁ ବର୍ତ୍ତମାନ ଫେସବୁକ ନିଜର ଖବରର ବିଶ୍ୱାସନୀୟତା ପ୍ରୋଗ୍ରାମ ପାଇଁ ବିଶେଷଜ୍ଞ ଖୋଜିବାରେ ଲାଗିଛି। ଫରଚ୍ୟୁନ୍ ଡଟ କମ ଅନୁସାରେ ଫେସବୁକ ଏହି ମିଛ ଖବର ପ୍ରସାରଣର ଧାରା ବନ୍ଦ କରିବାପାଇଁ ବର୍ତ୍ତମାନ ଦୁଇଜଣ ବିଶେଷଜ୍ଞ ଖୋଜୁଛି, ସେଥିମଧ୍ୟରୁ ଜଣେ ସ୍ପେନିସ ଭାଷା ଜାଣିବା ଦରକାର।
ଫେସବୁକରେ ମିଛ ଖବର ପ୍ରସାରିତ ନେଇ ଗତ ମାସରେ ଫେସବୁକ କହିଥିଲା, ଏହାକୁ ନେଇ ଆମେ ତ୍ରି ସ୍ତରୀୟ ରଣନୀତି ପ୍ରସ୍ତୁତ କରିଛୁ। ଏହି ତ୍ରି- ସ୍ତରୀୟ ନିତୀ ଅନୁସାରେ, ଫେସବୁକର ନିୟମ ଉଲ୍ଲଙ୍ଘନ କଲେ ସମସ୍ତ ତଥ୍ୟ ହଟାଇ ଦିଆଯିବ, ଦ୍ୱିତୀୟରେ ଅବିଶ୍ୱାସନୀୟ ଖବର ବନ୍ଦ ଏବଂ ବ୍ୟବହାରକାରୀ ଙ୍କୁ ଅଧିକରୁ ଅଧିକ ସୂଚନା ପ୍ରଦାନ କରିବା ସାମିଲ ରହିଛି।
ମିଆମାଁର ନାଗରିକାତାରୁ ବଞ୍ଚିତ ରୋହିଙ୍ଗ୍ୟାଙ୍କ ବିରୋଧରେ ପ୍ରକାଶ ପାଇଥିବା ହିଂସା ଖବରକୁ ଫେସବୁକ ରୋକି ପାରିନଥିଲା। ଯାହାକୁ ଏହି ଯାଞ୍ଚ ମଧ୍ୟରେ ସାମିଲ କରାଯାଇଛି। ଏହା ବ୍ୟତୀତ ଫେସବୁକ ଦ୍ୱାରା ବିଭିନ୍ନ ଦେଶର ରାଜନୈତିକ ବାତାବରଣ ଖରାପ ହେବାର ମଧ୍ୟ ଅଭିଯୋଗ ଆସିଛି।