ବର୍ଷାଦିନେ ଆଣନ୍ତୁ ମୁହଁରେ ଚମକ

0

ବର୍ଷାଦିନେ ମୁହଁରେ କୋମଳତା ନଷ୍ଟ ହୋଇଯାଏ । ବେଳେବେଳେ ମୁହଁ ଶୁଷ୍କ ଦେଖାଯାଏ । ବାରମ୍ବାର ମୁହଁରେ ବର୍ଷା ପାଣି ପଡ଼ିଲେ ମଧ୍ୟ ମୁହଁର କୋମଳତା ନଷ୍ଟ ହୋଇଯାଏ । ବର୍ଷାଦିନେ ମୁହଁର ଯତ୍ନ ନେବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ବର୍ଷାରେ କିପରି ନେବା ମୁହଁର ଯତ୍ନ ….


ଚନ୍ଦନ ପାଉଡ଼ର ଓ ଗୋଲାପ ଜଳ: ଗୋଟିଏ ପାତ୍ରରେ ଚନ୍ଦନ ପାଉଡ଼ର ନିଅନ୍ତୁ । ସେଥିରେ ଅଳ୍ପ ଗୋଲାପ ଜଳ ପକାଇ ମିଶାନ୍ତୁ । ତାପରେ ୧ଛୋଟ ଚାମଚ ହଳଦି ପକାଇ ଭଲ ଭାବରେ ମିଶାନ୍ତୁ । ମିଶ୍ରଣକୁ ୧୫ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ । ତାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।


ମୁଲତାନି ମାଟି:
ମୁଲତାନି ମାଟିରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ । ତାପରେ ତାକୁ ୩୦ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ୩୦ମିନିଟ ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ମୁଲତାନି ମାଟିରେ ଆଇରନ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଥାଏ ଯାହା ମୁହଁରୁ ମୃତ କୋଷକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

prayash

ଘିକୁଆଁରୀ :
ବର୍ଷା ଦିନେ ମୁହଁରେ ୭ଦିନକୁ ଥରେ ଘିକୁଆଁରୀ ଲଗାନ୍ତୁ । ଏପରି କଲେ ମୁହଁର ଚମକ ବଢ଼ିଥାଏ ।

Leave A Reply