www.samajalive.in
Monday, December 15, 2025
14.1 C
Bhubaneswar

ଦିନଯାକ ଏସି ଲଗାଇଲେ ବି କମ୍‌ ଆସିବ ବିଜୁଳି ବିଲ୍‌ ; ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ଖରାଦିନେ ପ୍ରାୟତଃ ବିଜୁଳି ବିଲ୍‌ ଅଧିକ ଆସିଥାଏ । ବିଶେଷ କରି ଏସି, କୁଲର ଓ ପଙ୍ଖା ଅଧିକ ସମୟ ବ୍ୟବହାର କରାଯାଉଥିବାରୁ ବିଲ୍‌ ଦ୍ୱିଗୁଣା ଅଧିକ ଆସିଥାଏ । ମାତ୍ର କିଛି ସରଳ ଓ ସହଜ ଉପାୟ ଦ୍ୱାରା ବିଜୁଳି ବିଲ୍‌ ୫୦% ପର୍ଯ୍ୟନ୍ତ କମ୍‌ କରାଯାଇପାରିବ । ଜାଣନ୍ତୁ..

ବିଜୁଳି ବିଲ୍‌ କମ୍‌ କରିବା ପାଇଁ ଇଚ୍ଛୁକ ଥିଲେ ସୋଲାର୍‌ ପ୍ୟାନେଲ୍‌ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ । ଥରେ ସୋଲାର୍‌ ପ୍ୟାନେଲ୍‌ ଲଗାଇବା ପରେ ବର୍ଷ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ୍‌ରୁ ମୁକ୍ତି ମିଳିବ । ଘରର ଆବଶ୍ୟକତା ଅନୁଯାୟୀ ସୋଲାର୍‌ ପ୍ୟାନେଲ୍‌ ଚୟନ କରିପାରିବେ ।

- Advertisement -

ପୁରୁଣା ବଲବ୍‌ ଓ ଟ୍ୟୁବଲାଇଟ୍‌ ବ୍ୟବହାର କଲେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ । ଏହା ବଦଳରେ ସିଏଏଫଏଲ କିମ୍ବା ଏଲଇଡି ଲାଇଟ୍‌ ବ୍ୟବହାର କରନ୍ତୁ । ଲାଇଟ୍‌ର ଆବଶ୍ୟକତା ନଥିଲେ ସୁଇଚ୍‌ ବନ୍ଦ କରି ରଖନ୍ତୁ ।

ଉନ୍ନତ ଧରଣର ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରନ୍ତୁ । ୫ ଷ୍ଟାର୍‌ର ଏସି, ୱାଶିଂମେସିନ୍‌, ଫ୍ରିଜ୍‌ ଆଦି ବ୍ୟବହାର କରନ୍ତୁ । ଏହା କମ୍‌ ବିଜୁଳି ଖର୍ଚ୍ଚ କରିଥାଏ । ଯାଦ୍ୱାରା ବିଜୁଳି ବିଲ୍‌ କମ୍‌ ଆସିଥାଏ ।

କମ୍‌ ତାପମାତ୍ରା ଅର୍ଥାତ୍‌ ୧୬ ରୁ ୧୮ ଡିଗ୍ରୀରେ ଏସି ଅଧିକ ସମୟ ବ୍ୟବହାର କଲେ ବିଲ୍‌ ଅଧିକ ଆସିଥାଏ। ଏସି ଲଗାଇବା ସମୟରେ ଝରକା, କବାଟ ନିଶ୍ଚୟ ବନ୍ଦ ରଖନ୍ତୁ ।

ଖରା ଅଧିକ ପଡୁଥିବା ସ୍ଥାନରେ ଫ୍ରିଜ୍‌କୁ ରଖନ୍ତୁ ନାହିଁ । ଘରର ଏପରି ସ୍ଥାନରେ ଫ୍ରିଜ୍‌ ରଖନ୍ତୁ । ଯାହା ଅଧିକ ସମୟ ଶୀତଳ ରହୁଥିବ । ବାରମ୍ବାର ଫ୍ରିଜ୍‌ ଖୋଲନ୍ତୁ ନାହିଁ ।

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

ହୁ ହୁ ହୋଇ ବଢି ଚାଲିଛି ସୁନା ଦର; ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..

ମାଟ୍ରିକ୍‌ ପରୀକ୍ଷା; ଏଥର ପ୍ରତି ପ୍ରଶ୍ନପତ୍ରରେ ରହିବ ସିରିଏଲ୍‌ ନମ୍ବର

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories