ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ହାତୀ ଠାରୁ ଆରମ୍ଭ କରି ସିଂହକୁ ଶକ୍ତିଶାଳୀ ଜୀବ କୁହାଯାଏ। ଅନେକ ଥର ଜୀବଜନ୍ତୁଙ୍କ ଏଭଳି ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ବେଶ ଭୟଭୀତ ସହ ରୋମାଞ୍ଚକର ମଧ୍ୟ। କେତେକ ସମୟରେ ହାତୀ ସିଂହ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଅନେକ ଘଟଣା ମାଧ୍ୟମରେ ସାମ୍ନାକୁ ଆସିଥାଏ। ନିକଟରେ ସେଭଳି ହିଁ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।
ଭିଡିଓରେ ଦେଖିପାରିବେ, ଜଙ୍ଗଲରେ ଏକ ନଦୀରେ କିଛି ହାତୀ ପାଣି ପିଉଛନ୍ତି । ମାତ୍ର ହଠାତ୍ ସେହି ସମୟରେ ଏକ କୁମ୍ଭୀର ହାତୀ ଉପରେ ଆକ୍ରମଣ କରିବା ସହ ନିଜ ପାଟିରେ ହାତୀର ଶୁଣ୍ଢକୁ କାମୁଡି ଧରିଥିଲା। ଏହାପରେ ଯାହା ଘଟିଲା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ । ହାତୀ ନିଜ ଶୁଣ୍ଢକୁ ପାଣିରେ ଖୁବ୍ ଜୋରରେ ବାଡେଇଥିଲା । କୁମ୍ଭୀର ହାତୀର ଶକ୍ତି ସାମ୍ନାରେ ହାର୍ ମାନି ସେଠାରୁ ପଳାଇଥିଲା।
ଭାଇରାଲ୍ ହେବା ପରେ ଲୋକେ ଥରେ ନୁହେଁ ବରଂ ବାରମ୍ବାର ଭିଡିଓକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏଯାଏଁ ଲକ୍ଷ ଲକ୍ଷ ଲୋକେ ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।



