www.samajalive.in
Saturday, December 6, 2025
23.1 C
Bhubaneswar

ହାତରେ ହାତକଡ଼ି, ପାଦରେ ଶିକୁଳି.. ଆମେରିକାରୁ ଆସିଲେ ୧୦୪ ବେଆଇନ ପ୍ରବାସୀ ଭାରତୀୟ

ଅମୃତସର: ଆମେରିକାରୁ ବିତାଡ଼ିତ ହୋଇଥିବା ୧୦୪ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକା ସେନା ବିମାନ ସି-୧୭ ବୁଧବାର ଅମୃତସରର ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକା ସେନାର ତତ୍ତ୍ବାବଧାନରେ ସମସ୍ତଙ୍କୁ ହାତକଡ଼ି ବାନ୍ଧି ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ଗୁଜରାଟର ୩୩ ଜଣ, ହରିୟାଣାର ୩୪, ପଞ୍ଜାବର ୩୦, ମହାରାଷ୍ଟ୍ରର ୩ ଜଣ ଏବଂ ଉତ୍ତରପ୍ରଦେଶ-ଚଣ୍ଡିଗଡ଼ର ୨-୨ ଜଣ ଲେଖାଏଁ ଲୋକ ସାମିଲ ଅଛନ୍ତି। ୮ରୁ ୧୦ ବର୍ଷ ବୟସର କିଛି ପିଲା ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ଆମେରିକା ୨୦୫ ଜଣ ଲୋକଙ୍କ ତାଲିକା ଜାରି କରିଥିଲା। ଅବଶିଷ୍ଟ ଲୋକମାନେ କେବେ ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବିତାଡ଼ିତ ହୋଇଥିବା ଭାରତୀୟମାନଙ୍କୁ ହାତରେ ହାତକଡ଼ି ଏବଂ ପାଦରେ ଶିକୁଳି ବାନ୍ଧି ବିମାନରେ ଅଣାଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଭାରତୀୟଙ୍କ ପ୍ରତି ଏପରି ବ୍ୟବହାରକୁ ନେଇ କଂଗ୍ରେସ ଦଳ ପ୍ରଶ୍ନ ଉଠାଇଛି।

- Advertisement -

ମଙ୍ଗଳବାର ଆମେରିକାର ଟେକ୍ସାସରୁ ଉଡ଼ାଣ ଭରିବାର ପ୍ରାୟ ୩୫ ଘଣ୍ଟା ପରେ ଏହି ବିମାନ ଅମୃତସରରେ ପହଞ୍ଚିଥିଲା। ବିମାନ ଅବତରଣ କରିବାର ଠିକ୍ ପୂର୍ବରୁ ଗୃହ ମନ୍ତ୍ରଣାଳୟ, ଗୃହ ବିଭାଗ, ଭାରତୀୟ ସେନା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ପହଞ୍ଚି ଯାଇଥିଲେ। କଷ୍ଟମ୍ ଏବଂ ଇମିଗ୍ରେସନରୁ କ୍ଲିୟରାନ୍ସ ପରେ ସମସ୍ତ ଭାରତୀୟଙ୍କୁ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହାପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ୩୨ରେ ୟୁଏସ ବାୟୁସେନା ବିମାନ ଫେରି ଯାଇଥିଲା।

ପ୍ରବାସୀ ଭାରତୀୟଙ୍କୁ ଛାଡ଼ିବା ପରେ ଆମେରିକୀୟ ଅଧିକାରୀ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଅମୃତସର ବିମାନ ଚଳାଚଳ କ୍ଲବରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ, ଆମେରିକାର ଅଧିକାରୀମାନେ ବେଆଇନ ଭାବେ ଆମେରିକା ଆସୁଥିବା ଲୋକଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ବନ୍ଦ କରିବା ଏବଂ ବେଆଇନ ଭାବେ ବିଦେଶକୁ ଲୋକଙ୍କୁ ପଠାଉଥିବା ଏଜେଣ୍ଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଆମେରିକାର ଇମିଗ୍ରେସନ ଏବଂ କଷ୍ଟମ ଏନଫୋର୍ସମେଣ୍ଟ ଅନୁଯାୟୀ, ମୋଟ ୧୯ ହଜାର ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରାଯିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories