www.samajalive.in
Wednesday, November 19, 2025
29.1 C
Bhubaneswar

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫେବୃଆରୀ ୨୦୨୫ର ୨ୟ ସପ୍ତାହ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ୬ ଫେବୃଆରୀରେ ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରି ଧନିଷ୍ଠା ନକ୍ଷତ୍ରରେ ଚଳନ କରିବେ । ୭ ଫେବୃଆରୀ ସୂର୍ଯ୍ୟ ଓ ମଙ୍ଗଳ ଷଡାଷ୍ଟକ ଯୋଗ ହେବ । ୮ ଫେବୃଆରୀ ବୁଧ ଓ ଶନି ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେବ । ଏହି ଦିନ ସୂର୍ଯ୍ୟ ଓ ମଙ୍ଗଳ ମଧ୍ୟ ଷଡାଷ୍ଟକ ଯୋଗ ହେବ ।

୯ ଫେବୃଆରୀ ୨୦୨୫ରେ ଥିବା ବିଶେଷ ଯୋଗ କାରଣରୁୁ ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଏହି ମାସରେ ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଶନି ଚଳନ କରିବେ । ରବିବାର ୯ ଫେବୃଆରୀ ୨୦୨୫ରେ ୫ଟା ୩୫ରେ ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ଜାଣନ୍ତୁ ୪ ଗ୍ରହଙ୍କ ଚଳନ ପାଇଁ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ଉନ୍ନତି ହେବ । ପରିଶ୍ରମ କରି ଖୁବ୍‌ ଶୁଭଫଳ ପାଇବେ। ସଫଳତା ପ୍ରାପ୍ତି ହେବ । ଚାକିରିରେ ନୂଆ ଦାୟିତ୍ୱ ସହ ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ଖୁବ୍‌ ଶୁଭଙ୍କର । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ମଙ୍ଗଳ-ଶନିଙ୍କ ନବପଞ୍ଚମ ଯୋଗ କାରଣରୁ ପରିଶ୍ରମର ସମ୍ପୂର୍ଣ୍ଣଫଳ ମିଳିବ ।

ସିଂହ- ଅନେକ କ୍ଷେତ୍ରରେ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ନୂଆ କାର୍ଯ୍ୟର ଆରମ୍ଭ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପରିବାରରେ ଖୁସିର ବାତାବରଣ ରହିବ ।

ତୁଳା- ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଉତ୍ତମ ରହିବ । ମାନ-ସମ୍ମାନ ବୃଦ୍ଧି ହେବ । ଟଙ୍କା ନିବେଶ କରିବେ । ଧନ ପ୍ରାପ୍ତିର ଯୋଗ ରହିଛି । ଯାତ୍ରାର ଯୋଗ ରହିଛି ।

ଧନୁ- ବିଦେଶ ଯାତ୍ରାର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ । ନୂଆ କାର୍ଯ୍ୟ ଆରମ୍ଭ କରିବେ । ପରିବାରରେ ସୁଖ-ଶାନ୍ତି ରହିବ । ସମ୍ପତ୍ତି ସହ ଜଡିତ ବିଭିନ୍ନ କ୍ଷେତ୍ରରେ ଲାଭ ମିଳିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ ।

କୁମ୍ଭ- ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂଆ ନୂଆ କାମ ଆରମ୍ଭ କରିବେ । ଆର୍ଥିକ ଲାଭ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ନିୟମିତ ବ୍ୟାୟାମ କରନ୍ତୁ । ନୂଆ ନୂଆ ସୁଯୋଗ ମିଳିବ ।

ଜୀବନରେ ଏସବୁ ସମସ୍ୟା ସହ ଏହି ସଙ୍କେତ ମିଳିଲେ ଜାଣନ୍ତୁ ରାହୁଙ୍କର ରହିଛି ଅଶୁଭ ପ୍ରଭାବ; ଏମିତି ଚୁଟ୍‌କିରେ କରନ୍ତୁ ସମାଧାନ…

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories