ଗାଡି଼ ଚାଳନା ସମୟରେ ସତର୍କ ରୁହନ୍ତୁ ଏସବୁ ରାଶି: ଗୁରୁବାର ରାଶିଫଳ

ମେଷ: ପୁତ୍ର ସୁଖରେ ଅଧିର ହୋଇପାରନ୍ତି। ଜଣେ ବିଶିଷ୍ଟ ବ୍ୟକ୍ତିଭାବେ ଶ୍ରେଷ୍ଠତା ଓ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। କାମ, କ୍ରୋଧ, ଲୋଭ, ମୋହକୁ ତ୍ୟାଗ କରିବେ। ଦୟାର୍ଦ୍ର ଚିତ୍ତ ସମ୍ପନ୍ନ ଓ ସୁଖୀ ହୋଇପାରନ୍ତି।
ବୃଷ: ରାଜ ତୁଲ୍ୟ ପ୍ରଜା ପାଳନରେ ନୃପ ତୁଲ୍ୟ ଆଚରଣ ପ୍ରଦର୍ଶନ କରିପାରନ୍ତି। ଅର୍ଜନ କରିଥିବା ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସନ୍ମାର୍ଗୀ ହେବେ। ଭଲ ଶୁଭଫଳ ଥାଇ ବି ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ: ପରିସ୍ଥିତିରେ ପଡ଼ି ନିଷ୍ଠୁର ସ୍ବଭାବସମ୍ପନ୍ନ ହେବାକୁ ବାଧ୍ୟ ହେବେ। ଗର୍ହିତ କାର୍ଯ୍ୟ କରି ଅନୁତପ୍ତ ହେବେ। ଧର୍ମ କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମ ହେବ।

କର୍କଟ: ଅଳ୍ପକେ ସନ୍ତୁଷ୍ଟ ହେବେ। ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିବାର ଆଶଙ୍କା ଉପୁଜିପାରେ। ଦୟାଳୁ, ପରୋପକାରୀ ଓ ଧାର୍ମିକ ହୋଇପାରନ୍ତି। ବିଚାରବନ୍ତ ହେବେ। ବନ୍ଧୁଙ୍କ ଶୁଭାଧ୍ୟାୟୀ ହେବେ।
ସିଂହ: ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି। ବିଶାଳ ଯଶ ଅର୍ଜନ କରିପାରନ୍ତି। ନିର୍ଭିକ ଭାବେ ଦୁରୁହ କାର୍ଯ୍ୟ ସମ୍ପାଦନ କରିବେ। ଜନ ସମର୍ଥନ ପ୍ରାପ୍ତ ହେବେ। ପରୋପକାର ଲାଗି ସୁନାମ ଅର୍ଜନ କରିବେ। କନ୍ୟା: ଜ୍ଞାନ ଆହରଣ ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ। ଅଜାତଶତ୍ରୁ ହୋଇପାରନ୍ତି। ଆଳସ୍ୟ ପରାୟଣ ହୋଇପାରନ୍ତି। ନ୍ୟସ୍ତ ଦାୟିତ୍ବ ବହନ କରିବାରେ ସମର୍ଥ ହେବେ।
ତୁଳା: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବିଛା: ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଜିତେନ୍ଦ୍ରୀୟ ହେବେ। ପ୍ରବଳ ପରାକ୍ରମୀ ହୋଇ ଅସାଧ୍ୟ ସାଧନ କରିପାରନ୍ତି। କୀର୍ତ୍ତି ସ୍ତମ୍ଭ ସ୍ଥାପନର ପ୍ରୟାସୀ ହେବେ। ଜନବଲ୍ଲଭ ହୋଇପାରନ୍ତି।
ଧନୁ: କୌଣସି ଏକ ନିର୍ଦିଷ୍ଟ କାରଣରୁ ଦୁଃଖାବିଭୂତ ହୋଇପାରନ୍ତି। ଜ୍ଞାନ ଓ ଶାସ୍ତ୍ରର ଅଧିକାରୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। କର୍ମଠ ଓ ପରୋପକାରୀ ହେବେ। ଈଶ୍ବର ବିଶ୍ବାସୀ ହେବେ।
ମକର: ଶତ୍ରୁମାନଙ୍କୁ ବିଶ୍ବାସ କରି ଦ୍ୟୁତ କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇ ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଲୋଭ ପାପର କାରଣ ହୋଇପାରେ। ଯାନବାହନ ସୁଖରୁ ବଞ୍ଚିତ ହେବେ। ଦୟାଳୁ, ମଧୁରଭାଷୀ ହୋଇପାରନ୍ତି।

କୁମ୍ଭ: ସତ୍ୟ ପ୍ରତିଷ୍ଠା ପାଇଁ ସଭାସଦ୍‌ମାନଙ୍କ ସହିତ ବିବାଦଶୀଳ ହୋଇପାରନ୍ତି। ସର୍ବ ସୁଖାଧିବାସ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ବ୍ୟବସାୟ ଲାଭପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ମୀନ: ତୀର୍ଥ କଥାନୁରକ୍ତ ହୋଇପାରନ୍ତି। ଭାଗ୍ୟବାନ୍‌ ହେବା ଆଶା କରାଯାଏ। ଶତ୍ରୁ ପକ୍ଷ ଉପରେ ଅକ୍ଲେଶରେ ବିଜୟ ହାସଲ କରିପାରନ୍ତି। ଦେବ-ଦ୍ବିଜମାନଙ୍କ ଉପରେ ଭକ୍ତିଭାବ ରହିବ। ଜନବଲ୍ଲଭ ରହିବେ।

Comments are closed.