www.samajalive.in
Friday, December 5, 2025
20.1 C
Bhubaneswar

ଲମ୍ବି ଚାଲିଛି ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୁର୍ନୀତି ଚେର, ତାଜୁବ ଭିଜିଲାନ୍ସ

ଭୁବନେଶ୍ଵର: ଭିଜିଲାନ୍ସ ଯେତେ ଖୋଳୁଛି ସେତେ ଲମ୍ବି ଲମ୍ବି ଯାଉଛି ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୁର୍ନୀତି ଚେର। ଗତକାଲି ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବାବେଳେ ଅଧିକ ତଦନ୍ତ ପାଇଁ ଗୁରୁବାର ତାଙ୍କୁ ଭୁବନେଶ୍ଵର ଅଣାଯାଇଛି। ଏସବିଆଇ କପିଳପ୍ରସାଦ ଶାଖାରେ ଥିବା ତାଙ୍କ ଲକର ଯାଞ୍ଚ ପାଇଁ ଶାନ୍ତନୁଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି।

ଅପରପକ୍ଷେ, ଶାନ୍ତନୁ ଏବଂ ତାଙ୍କ ସହଯୋଗୀ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଶ୍ରମିକ ଖାତାକୁ ଟଙ୍କା ଟ୍ରାନ୍ସଫର କରାଇ ସରକାରୀ ଅର୍ଥ ହଡ଼ପ କରିଥିବା ସନ୍ଦେହ କରାଯାଉଛି। ତଲାସୀ ସମୟରେ ଶାନ୍ତନୁଙ୍କ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ ଏବଂ କାର୍ଯ୍ୟାଳୟର ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁଙ୍କ ଘରୁ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଛି। ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଏମାନେ ପରିଚାଳିତ କରି ସରକାରୀ ଅର୍ଥ ହଡ଼ପ କରିଥିବା ସନ୍ଦେହ କରାଯାଉଛି।

- Advertisement -

ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗଞ୍ଜାମର ଜଗନ୍ନାଥ ପ୍ରସାଦରେ ଏକ ଜନ ସେବା କେନ୍ଦ୍ର ପରିଚାଳନା କରୁଥିବା ଅଲେଖ ଚନ୍ଦ୍ର ପ୍ରଧାନ ନାମକ ବ୍ୟକ୍ତି ଲାଞ୍ଚ ଆଦାୟରେ ଶାନ୍ତନୁଙ୍କ ମାଧ୍ୟମ ଭାବେ କାମ କରୁଥିଲେ। ସେ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ତରଫରୁ କଣ୍ଟ୍ରାକ୍ଟର ଏବଂ ଅନ୍ୟମାନଙ୍କଠାରୁ ଲାଞ୍ଚ ଆଦାୟ କରୁଥିଲେ ଏବଂ ପରେ ଶାନ୍ତନୁଙ୍କୁ ଟଙ୍କା ଟ୍ରାନ୍ସଫର କରୁଥିଲେ। ଯାଞ୍ଚ ସମୟରେ ଅଲେଖ ପ୍ରଧାନଙ୍କ ଦ୍ଵାରା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫରର ପ୍ରମାଣ ମିଳିଛି।

ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ରେଡ୍‌ ହୋଇଥିଲା। ଗତକାଲି ଜୟପୁର ଘରୁ ପ୍ରାୟ ଦେଢ କୋଟି ଟଙ୍କା ଜବତ ହୋଇଥିଲା। କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ଵର ହାଉସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା। ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଥିଲା। ମାଲକାନଗିରିର ୪ଟି ସ୍ଥାନ ରେଡ୍ କରିଛି ଭିଜିଲାନ୍ସ ଟିମ୍। ମାଲକାନଗିରି ଜିଲାର ସରକାରୀ କାର୍ଯ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ ଡବ୍ଲୁଏମଟି ଅମିୟ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories