www.samajalive.in
Saturday, December 6, 2025
26.1 C
Bhubaneswar

ମାଟ୍ରିକ୍‌ ପରୀକ୍ଷା; ଏଥର ପ୍ରତି ପ୍ରଶ୍ନପତ୍ରରେ ରହିବ ସିରିଏଲ୍‌ ନମ୍ବର

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଗୁରୁବାର ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ୍‌ ପରୀକ୍ଷା । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ନହେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ୍‌ ନମ୍ବର। ଏହାଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ଏହା ଜଣାପଡିବ । କେଉଁସ୍ଥାନରୁ ଓ ସେଣ୍ଟରରୁ ଭାଇରାଲ୍‌ ହୋଇଛି, ତାହା ସ୍ପଷ୍ଟ ଭାବେ ଜଣାପଡିବ।

୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଛି । ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍‌ ବ୍ୟବସ୍ଥା କରାଯିବ । ୩୧୪ଟି ନୋଡାଲ୍‌ ସେଣ୍ଟରରେ ରହିବ ପ୍ରଶ୍ନପତ୍ର । ୧୨ ତାରିଖରୁ ୧୯ ଭିତରେ ସବୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ଏହାସହ ୪ ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ମୋଟ୍‌ ୧୭୨ଟି ସ୍କ୍ୱାର୍ଡ ରହିବେ । ଛାତ୍ରଛାତ୍ରୀ କେନ୍ଦ୍ରରେ ପହଞ୍ଚିଲେ ପ୍ରଶ୍ନପତ୍ର ପହଞ୍ଚିବ । ୭ଟା ୩୦ରୁ ୮ଟା ୩୦ ଭିତରେ କେନ୍ଦ୍ରରେ ପ୍ରଶ୍ନ ପହଞ୍ଚିବ । ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

- Advertisement -

ମାଟ୍ରିକ୍‌ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା । ପ୍ରାୟ ୧୩ ଦିନ ଧରି ଖାତାଦେଖା ଚାଲିବ । ତା’ରେ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି ।

କଟକରେ ବୁଲୁଛି ବାଘ, ଅଞ୍ଚଳବାସୀ ଛାନିଆ

ଦେଖନ୍ତୁ ଭିଡିଓ ; ପାଣିରେ ହାତୀ ଶୁଣ୍ଢକୁ କାମୁଡି ଧରିଲା କୁମ୍ଭୀର, ତା’ପରେ..

ଫେବୃଆରୀରେ ୪ ଗ୍ରହଙ୍କ ଚଳନ ପାଇଁ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ଚାକିରି ଠାରୁ ଆରମ୍ଭ କରି ସବୁ ଇଚ୍ଛା ହେବ ପୂରଣ..

ହୁ ହୁ ହୋଇ ବଢି ଚାଲିଛି ସୁନା ଦର; ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

 

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories