ଇଲେକ୍ଟ୍ରିକ୍‍ କାରରେ ଆଉ ମିଳିବନି ରିଆତି

0

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍‍ କାର ଉପରେ କେନ୍ଦ୍ର ସରକାର ଦେଉଥିବା ରିଆତି ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାନବାହନ ଜନିତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ଇଲେକ୍ଟ୍ରିକ୍‍ କାର ବ୍ୟବହାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିଲେ। ତେଣୁ ପ୍ରତ୍ୟେକ କାର କ୍ରୟ ଉପରେ କେନ୍ଦ୍ର ସରକାର ୧.୩ ଲକ୍ଷ ଟଙ୍କାର ରିଆତି ଦେଉଥିଲେ। ଉନ୍ନତ ଜ୍ଞାନକୌଶଳଯୁ୍‍କ୍ତ ଓ ଇଲେକ୍ଟ୍ରିକ କାର ନିର୍ମାଣ ଓ ବ୍ୟବହାର(ଫେମ୍‍) ଯୋଜନା ଅଧୀନରେ ଏହି ରିଆତି ବ୍ୟବସ୍ଥା କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ମୂଳ ଲକ୍ଷ୍ୟ ସାଧିତ ହୋଇ ନ ପାରିବାରୁ ରିଆତି ବ୍ୟବସ୍ଥା ପ୍ରତ୍ୟାହାର କରି ନେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। କେବଳ ଓଲା ଓ ଓବେର ଭଳି ଘରୋଇ ଟ୍ୟାକ୍ସି ସଂସ୍ଥାଙ୍କ ପାଇଁ ରିଆତି ବ୍ୟବସ୍ଥା ଜାରି ରହିବ।

Leave A Reply