ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ୭୦ କମ୍ପାନୀ ସିଏପିଏଫ୍ ମୁତୟନ
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ପାଇଁ ଏଇଥର ଓଡ଼ିଶାରେ ରେକର୍ଡ ସଂଖ୍ୟକ ସିଏପିଏଫ୍ କମ୍ପାନୀ (୧୮୫) ମୁତୟନ ହୋଇଥିଲେ । ରାଜ୍ୟରେ ଚାରି ପର୍ଯ୍ୟାୟ ମତଦାନ ହୋଇସାରିବା ପରେ ଏହା ମଧ୍ୟରୁ କେବଳ ୨୫ କମ୍ପାନୀ ସିଏପିଏଫ୍ ଇଭିଏମ୍ ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଙ୍ଗ୍ ସେଣ୍ଟରରେ ମୁତୟନ ହୋଇ ରହିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏବେ ଓଡ଼ିଶାରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପ୍ରତ୍ୟେକ କାଉଣ୍ଟିଙ୍ଗ୍ ସେଣ୍ଟରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍ ୦୬/୦୬/୨୦୨୪ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚିତ କରିଛନ୍ତି।
Comments are closed.