www.samajalive.in
Tuesday, December 9, 2025
26.1 C
Bhubaneswar

ମତଦାନର ୪୮ଘଣ୍ଟା ମଧ୍ୟରେ ପ୍ରକାଶ ପାଇବନି ଇସ୍ତାହାର; ଇସିଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ (ଇସି) ରାଜନୈତିକ ଦଳଗୁଡିକ ଉପରେ ନୂଆ କଟକଣା ଲାଗୁ କରିଛନ୍ତି। କଟକଣା ଅନୁଯାୟୀ ମତଦାନର ଶେଷ ୪୮ ଘଣ୍ଟା ମଧ୍ୟରେ କୌଣସି ରାଜନୈତିକ ଦଳ ସେମାନେ ତାଙ୍କର ଇସ୍ତାହାର ପ୍ରକାଶ କରିପାରିବେ ନାହିଁ। ନିର୍ବାଚନ ଯାହା ଇସ୍ତାହାର ପ୍ରକାଶ କରିବାକୁ ଥିବା ତାକୁ ମତଦାନର ୪୮ଘଣ୍ଟା ପୂର୍ବରୁ ପ୍ରକାଶ କରିବାକୁ ହେବ। ବର୍ତ୍ତମାନ ସମୟରେ ରାଜନୈତିକ ଦଳ ପାଇଁ ଇସ୍ତାହାର ପ୍ରକାଶର କୌଣସି ସମୟ ସୀମା ଧାର୍ଯ୍ୟ ହୋଇ ନାହିଁ। ସଂଶୋଧିତ ନିର୍ବାଚନ ଆଚରଣ ବିଧି ଅନୁଯାୟୀ ଆୟୋଗ ଏହି ନିର୍ଦେଶନାମା ଜାରି କରିଛନ୍ତି। ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୧୨୬ ଅନୁଯାୟୀ ସଂଶୋଧିତ ଆଚରଣ ବିଧି ଲାଗୁ କରାଯାଇଛି। ଧାରା ୧୨୬ରେ ‘ନିର୍ବାଚନ ନିରବତା’ ସମ୍ପର୍କରେ କୁହାଯାଇଛି। ଯେଉଁଥିରେ ମତଦାନର ୪୮ପୂର୍ବରୁ ପ୍ରଚାରକୁ ବନ୍ଦ କରାଯାଇଥାଏ। ୨୦୧୪ ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଦିନ ବିଜେପି ତାର ଇସ୍ତାହାର ପ୍ରକାଶ କରିଥିଲା। କଂଗ୍ରେସ ସେତେବେଳେ ଏହାକୁ ନେଇ ଅଭିଯୋଗ କରିଥିଲା ମାତ୍ର ଆୟୋଗ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରି ନଥିଲେ। କାରଣ ନିର୍ବାଚନ ଆଚରଣ ବିଧିରେ ଏପରି କିଛି ନିୟମ ନଥିଲା। ଏହା ଉପରେ ତର୍ଜମା ପାଇଁ ଇସିଙ୍କ ଦ୍ବାରା ଏକ କମିଟି ନିଯୁକ୍ତ କରାଯାଇଥିଲା। କମିଟି ମତଦାନର ୭୨ ଘଣ୍ଟା ପୂର୍ବରୁ ଇସ୍ତାହାର ପ୍ରକାଶ ପାଇଁ ସୁପାରିସ କରିଥିଲେ। ତେବେ ବିଭିନ୍ନ ରାଜନୈତିକ ଦଳ ସହିତ ବିଚାରବିମର୍ଷ ପରେ ଏହାକୁ ୪୮ଘଣ୍ଟା ପୂର୍ବରୁ ପ୍ରକାଶ ଲାଗି ଧାର୍ଯ୍ୟ କରାଯାଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories