www.samajalive.in
Tuesday, December 9, 2025
17.1 C
Bhubaneswar

ନମ୍ରତା-ଉଦାରତା

ଆମେରିକାର ଚର୍ଚ୍ଚିତ, ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଜର୍ଜ ୱାଶିଂଟନ ଥିଲେ ଅନ୍ୟତମ। ସର୍ବୋଚ୍ଚ ପଦରେ ଆସୀନ ହୋଇଥିଲେ ମଧ୍ୟ ଲୋକଙ୍କର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେ ସତତ ତତ୍ପର ଥିଲେ। ଏକଦା ଏହିଭଳି ଏକ ଘଟଣାକ୍ରମରେ ସେ ଭ୍ରମଣ କରୁଥିବାବେଳେ ଦେଖିଲେ ଏକସ୍ଥାନରେ ଭବନ ନିର୍ମାଣ କାର୍ଯ୍ୟରେ କିଛି ଶ୍ରମିକ ଏକ ବିରାଟ ପଥରଖଣ୍ଡକୁ ଉପରକୁ ଉଠାଇବା ନିମ​‌ନ୍ତେ ଉଦ୍ୟମ କରୁଛନ୍ତି। ସାଧ୍ୟମତେ ଶ୍ରମିକମାନେ ଚେଷ୍ଟା କରୁଥିଲେ ହେଁ ଏହା ଉପରକୁ ଉଠିବା ସମ୍ଭବ ନଥିଲା। ଶ୍ରମିକମାନେ ପ୍ରତ୍ୟେକଥର ନୂତନ ଉତ୍ସାହରେ ଉଦ୍ୟମ କରି ବିଫଳ ହେଉଥିଲେ ମଧ୍ୟ ପ୍ରୟାସ ଜାରି ରଖିଥିଲେ। ୱାଶଂିଟନ ଲକ୍ଷ୍ୟ କଲେ ସେମାନଙ୍କୁ କାମରେ ନିୟୋଜିତ କରିଥିବା ହୃଷ୍ଟପୁଷ୍ଟ ଠିକାଦାର ଜଣକ ଶ୍ରମିକମାନଙ୍କୁ ସେମାନଙ୍କ ଅପାରଗତା ନିମନ୍ତେ ଭର୍ତ୍ସନା କରିବାରେ ଲାଗିଛନ୍ତି, କିନ୍ତୁ ସହାୟତା କରିବାଲାଗି ଆଗେଇ ଆସୁନାହାନ୍ତି। ଏଭଳି ଘଟଣା ଦେଖି ସେ ମ୍ରିୟମାଣ ହୋଇପଡ଼ିଲେ। ଠିକାଦାରଙ୍କ ନିକଟକୁ ଆସି କହିଲେ- ଆସନ୍ତୁ, ଏମାନଙ୍କୁ ସାହାଯ୍ୟ କରିବା। ମୋର ମନେହେଉଛି ଆମେ ଦୁହେଁ ମିଶିଗଲେ ହୁଏତ ପଥରଖଣ୍ଡଟି ଅନାୟାସରେ ଉଠିଯାଇପାରନ୍ତା।
ଠିକାଦାର ୱାଶଂିଟନଙ୍କୁ ଚିହ୍ନି ନଥିଲେ। ତତ୍‌କ୍ଷଣାତ୍‌ କହିଲେ- ‘ମୁଁ ଠିକାଦାର ଭାବରେ ଶ୍ରମିକମାନଙ୍କୁ କାମରେ ଲଗାଇ ସେମାନଙ୍କଠାରୁ କାମ ଆଦାୟ କରେ। ନିଜେ ମେହେନତ କରେନାହିଁ। କାମ ନିମନ୍ତେ ସେମାନଙ୍କୁ ପାରିଶ୍ରମିକ ଦେଉଛି। ଯିଏ କାମ କରାଏ ସେ ନିଜେ କାମ କରିବାର ଆବଶ୍ୟକତା ନଥାଏ।’
ୱାଶଂିଟନ ଏହା ଶୁଣିବାପରେ ଆଉ କିଛି ନକହି ମୂଲିଆମାନଙ୍କ ନିକଟକୁ ଗଲେ। ସେମାନଙ୍କ ସହ ପଥର ଉଠାଇବା କାର୍ଯ୍ୟରେ ଲାଗିଗଲେ। ଏଥର ପଥରଟି ସୁରୁଖୁରୁରେ ଉପରକୁ ଉଠିଗଲା।
ୱାଶଂିଟନ ସେଠାରୁ ଫେରି କିଛିଦୂରରେ ଥିବା ନିଜ ଘୋଡ଼ା ନିକଟକୁ ଗଲେ। ଘୋଡ଼ାରେ ବସିବାପରେ ଠିକାଦାରଙ୍କ ନିକଟକୁ ଆସି ତାଙ୍କ ଉଦ୍ଦେଶ୍ୟରେ କହିଥିଲେ- ନମସ୍ତେ ଠିକାଦାର ସାହେବ! ମୁଁ ଆସୁଛି। ଭବିଷ୍ୟତରେ ଯଦି କେବେ କାମରେ ସହାୟତା ନିମନ୍ତେ ଲୋକ ଆବଶ୍ୟକ କରିବେ ତେବେ ରାଷ୍ଟ୍ରପତି ଭବନ ଯାଇ ୱାଶଂିଟନଙ୍କୁ ମନେ ପକାଇବାକୁ ଅନୁରୋଧ।
ଠିକାଦାର ଏହା ଶୁଣି ଚମକି ପଡ଼ିଲେ। ତାଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା। ସେ ବିଶ୍ବାସ କରିପାରିଲେ ନାହିଁ, ଯାହାଙ୍କର ଅନୁରୋଧକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ସେ ହେଉଛନ୍ତି ତାଙ୍କ ଦେଶର ସର୍ବୋଚ୍ଚ ପଦରେ ଆସୀନ ବ୍ୟକ୍ତି- ଖୋଦ୍‌ ଜର୍ଜ ୱାଶଂିଟନ। ୱାଶିଂଟନଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ନିଜ ବ୍ୟବହାର ନିମନ୍ତେ। ସେହି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ୱାଶଂିଟନ କହିଥିଲେ- ‘ମେହେନତ କଲେ କେହି କେବେ ଛୋଟ ହୋଇଯାଏ ନାହିଁ, ଛୋଟ କରିଥାଏ ତା’ର ହୀନ ମାନସିକତା। ଶ୍ରମିକଙ୍କୁ ସାହାଯ୍ୟ କଲେ ସେମାନେ ନିଶ୍ଚୟ ତୁମକୁ ସମ୍ମାନ ଦେଖାଇବେ। ମନେରଖ ଅପରକୁ, ସାହାଯ୍ୟ କରିବାଲାଗି ସର୍ବଦା ପ୍ରସ୍ତୁତ ଥିବା ବ୍ୟକ୍ତି ସମାଜରେ ଯଶ, ସମ୍ମାନ, ପ୍ରତିଷ୍ଠା, ଆଦର ସବୁକିଛି ଲାଭ କରିବାରେ ସମର୍ଥ ହୋଇଥାନ୍ତି। ଜୀବନରେ ସଫଳତା ପାଇବାକୁ ହେଲେ, ଉଚ୍ଚତମ ଶିଖରକୁ ଉଠିବାକୁ ହେଲେ ବ୍ୟବହାରରେ ନମ୍ରତା ରକ୍ଷା କରିବାକୁ ସର୍ବଦା ଚେଷ୍ଟା କରିବ।’

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories