ସୁପ୍ରିମକୋର୍ଟଙ୍କୁ କହିଲେ ଆପ୍ ନେତା, ବିନା ସମନରେ ଗିରଫ କରିଛି ଇଡି

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ହାଜତରେ ଥିବା ଆପ୍ ନେତା ସଞ୍ଜୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗିରଫ ହେବା ପୂର୍ବରୁ ତାଙ୍କୁ କୌଣସି ସମନ ଜାରି କରାଯାଇ ନାହିଁ। ୨୦୨୩ ଜୁଲାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସାକ୍ଷୀ ଦିନେଶ ଅରୋରା ତାଙ୍କ ବିରୋଧରେ ବୟାନ ଦେବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଓକିଲ ଦର୍ଶାଇଥିଲେ।

ଏଲନ ମସ୍କଙ୍କ ବଡ ଖୁଲାସା, ଅବସାଦରୁ ମୁକୁଳିବା ପାଇଁ ନେଉଥିଲେ ଔଷଧ

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଥ ଠକେଇ ମାମଲାରେ ଗିରଫ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଥିବା ସିଂହଙ୍କ ଆବେଦନର ଶୁଣାଣି କରିଥିଲେ। ଏପ୍ରିଲ ୨ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟରେ ନାଗରିକତା ସଂଶୋଧନ ଆଇନ – ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

୨୦୨୩ ଜୁଲାଇ ୧୯ତାରିଖରେ ଦିନେଶ ଅରୋରା ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ମୋ ନାମ ନେଇଥିଲେ। ଏହି ତାରିଖ ପୂର୍ବରୁ ସେହି ଦୀନେଶ ଅରୋରାଙ୍କ ୯ଟି ବୟାନ ଥିଲା, ଯେଉଁଥିରେ ସେ କେବେ ବି ମୋ ନାଁ ନେଇନଥିଲେ ବୋଲି ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହିଛନ୍ତି। ଅରୋରାଙ୍କୁ ନିମ୍ନ ଅଦାଲତ କ୍ଷମା ପ୍ରଦାନ କରିବା ସହ ଏହି ମାମଲାରେ ସାକ୍ଷୀ ଭାବେ ଗ୍ରହଣ କରିଥିଲେ।

୩ ମାସର ଝିଅକୁ ଛାଡ଼ି ଜେଲ୍‌ ଯିବ ପୁଲିସବାଲୀ ମାଆ; କାମ ପାଇଁ ପୁରା ଜିଲାରେ ଲଜ୍ଜିତ

ବରିଷ୍ଠ ଓକିଲ କହିଛନ୍ତି ଯେ ଶ୍ରୀ ସିଂହଙ୍କୁ ଇଡି କୌଣସି ସମନ ଜାରି କରିନାହିଁ ବରଂ ଇଡି ଅଧିକାରୀମାନେ ସିଧାସଳଖ ତାଙ୍କ ଘରକୁ ଆସି ତାଙ୍କୁ ଗିରଫ କରିଥିଲେ। ଅର୍ଥ ଠକେଇ ମାମଲାରେ ତାଙ୍କୁ ଜାମିନ ଦେବାକୁ ମନା କରୁଥିବା ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ସିଂହ ଚ୍ୟାଲେଞ୍ଜ କରିଥିଲେ। ଦିଲ୍ଲୀରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିବା ସିଂହଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଫେବୃଆରୀ ୭ରେ ଖାରଜ କରିଥିଲେ, କିନ୍ତୁ ଶୁଣାଣି ଆରମ୍ଭ ହେବା ପରେ ଏହାକୁ ତ୍ୱରାନ୍ୱିତ କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ।

ଥଲପତି ବିଜୟଙ୍କ ପାଇଁ ଅସମ୍ଭାଳ ଭିଡ଼, ଭାଙ୍ଗିଲେ ଅଭିନେତାଙ୍କ କାର୍

ଗତ ବର୍ଷ ଅକ୍ଟୋବର ୪ ତାରିଖରେ ଇଡି ଏହି ମାମଲାରେ ସିଂହଙ୍କୁ ଗିରଫ କରିଥିଲା। ଶ୍ରୀ ସିଂହ ୩ ମାସରୁ ଅଧିକ ସମୟ ଧରି ହାଜତରେ ଅଛନ୍ତି ଏବଂ ଏହି ଅପରାଧରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଦର୍ଶାଇ ଜାମିନ ଆବେଦନ କରିଥିଲେ।

Comments are closed.