www.samajalive.in
Saturday, December 6, 2025
26.1 C
Bhubaneswar

ଏଲନ ମସ୍କଙ୍କ ବଡ ଖୁଲାସା, ଅବସାଦରୁ ମୁକୁଳିବା ପାଇଁ ନେଉଥିଲେ ଔଷଧ

ନୂଆଦିଲ୍ଲୀ : ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ସେ ଅବସାଦକୁ ଦୂର କରିବା ପାଇଁ କେଟାମାଇନ୍ ଭଳି ଔଷଧ ବ୍ୟବହାର କରିବା ନେଇ ଚର୍ଚ୍ଚାରେ ଥିଲେ । ଅନେକ ରିପୋର୍ଟରେ କୁହାଯାଇଥିଲା କି ଟେସଲା ଏବଂ ସ୍ପେଶଏକ୍ସର ଅନେକ ବୋର୍ଡ ସଦସ୍ୟ ଏଲନ ମସ୍କଙ୍କ ଏହି ମେଡିସିନ୍ ନେବା ନେଇ ଚିନ୍ତାରେ ଥିଲେ । ସଦସ୍ୟଙ୍କ କହିବାନୁସାରେ ଏହି ମେଡିସିନ୍ ନେବା ଦ୍ବାରା ସ୍ବାସ୍ଥ୍ୟ ଏବଂ ବ୍ୟାପାର ଉପରେ ପ୍ରଭାବ ପଡିପାରେ । କିନ୍ତୁ ଏଲନ କେଟାମାଇନର ବହୁତ ପ୍ରଶଂସା କରିଥିଲେ । ସେ କହିଥିଲେ କି ଏହାକୁ ନେବା ଦ୍ବାରା ସେ ନିଜ କାମରେ ଧ୍ୟାନ ଦେଇପାରୁଛନ୍ତି ।

ଟେସଲାର ସିଇଓ ଏକ ସାକ୍ଷାତକାରରେ କହିଥିଲେ କି କିଛି ଦିନ ହେବ ସେ ଲଗାତର ଖରାପ ସମୟ ଦେଇ ଗତି କରୁଥିଲେ । ସେ ଚାପଗ୍ରସ୍ତ ହୋଇ ରହୁଥିଲେ । ଏଥିରୁ ବାହାରିବାରେ କେଟାମାଇନ୍ ବହୁତ ସାହାଯ୍ୟ କରିଥିଲା । ସେ ପ୍ରତି ୨ ସପ୍ତାହରେ ଥରେ ଏହି ମେଡିସିନ୍ ନେଉଥିଲେ ।

- Advertisement -

ସେ ଏହା ମଧ୍ୟ କହିଥିଲେ କି କେଟାମାଇନ୍ ବ୍ୟବହାର କରିବା ଦ୍ବାରା ସେ କାମରେ ଧ୍ୟାନ ଦେଇପାରୁଥିଲେ । କାରଣ ସେ ଲଗାତର ଦିନକୁ ୧୬ ଘଣ୍ଟା କାମ କରନ୍ତି । ଏଥିପାଇଁ ତାଙ୍କର କାମରେ ଏକାଗ୍ରତା ନିହାତି ଦରକାର । ସେ ମଦ୍ୟପାନ କିମ୍ବା ଧୂମପାନ ନକରି ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧ୍ୟାନର ସହ କେବଳ କେଟାମାଇନ୍ ଯୋଗୁଁ ହିଁ କାମ କରିପାରୁଥିଲେ ବୋଲି ସୂଚନା ଦେଇଥିଲେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories