www.samajalive.in
Friday, December 5, 2025
20.1 C
Bhubaneswar

ଥଲପତି ବିଜୟଙ୍କ ପାଇଁ ଅସମ୍ଭାଳ ଭିଡ଼, ଭାଙ୍ଗିଲେ ଅଭିନେତାଙ୍କ କାର୍

ହାଇଦରାବାଦ: ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ପାଇଁ ପ୍ରଶଂସକ ପାଗଳ। ତାଙ୍କ ଝଲକ୍ ଟିକିଏ ପାଇବା ପାଇଁ ଜମା ହୋଇଥାଏ ଭିଡ଼। ନିକଟରେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ କେରଳରେ ପହଞ୍ଚିଛନ୍ତି। ଏଠାରେ ପ୍ରଶଂସକମାନେ ତାଙ୍କର ଜୋରଦାର ସ୍ୱାଗତ କରିଛନ୍ତି। ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଭିଡ଼ ଜମା ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଯେତେବେଳେ ଅଭିନେତା ହୋଟେଲକୁ ଯିବା ପାଇଁ କାର୍‌ରେ ବାହାରିଥିଲେ ସେତେବେଳେ ତାଙ୍କ ପଛେ ପଛେ ପ୍ରଶଂସକଙ୍କ ଭିଡ଼ ଲାଗିଥିଲା ​​ଏବଂ ଏହି ସମୟରେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଯାଇଥିଲା। କାର୍‌ର କାଚ ଇତ୍ୟାଦି ଭାଙ୍ଗି ଚୁନା ହୋଇଯାଇଛି। ଅଭିନେତାଙ୍କ ଭଙ୍ଗା କାରର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଥଲପତି ବିଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ର ଘୋଷଣା ହେବା ଦିନଠାରୁ ପ୍ରଶଂସକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ରହିଛି। ସୋମବାର ଅଭିନେତା ଏହି ଫିଲ୍ମର ଶୁଟିଂ ପାଇଁ କେରଳରେ ପହଞ୍ଚିଥିଲେ। ସେ ପହଞ୍ଚିବା ମାତ୍ରେ ତିରୁଅନନ୍ତପୁରମର ରାସ୍ତାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ ଅଭିନେତା ବିଜୟ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଫିଲ୍ମର ଶୁଟିଂ ପାଇଁ କେରଳରେ ରହିବେ। ଖବର ଅନୁଯାୟୀ, ଅଭିନେତା ଦୀର୍ଘ ଦିନ ପରେ କେରଳରେ ପହଞ୍ଚିଛନ୍ତି, ତେଣୁ ପ୍ରଶଂସକମାନେ ତାଙ୍କୁ ପାଖରେ ପାଇ ଅନିୟନ୍ତ୍ରିତ ହୋଇଯାଇଥିଲେ। ତେବେ ବିଜୟଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories