ଚାର୍ଜ ହେଉଥିବା ସମୟରେ ଇ-ସ୍କୁଟର ବ୍ୟାଟେରୀ ବିସ୍ଫୋରଣ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚାର୍ଜିଂ ସମୟରେ ଏକ ଇଲେକ୍ଟ୍ରିକ୍ ଗାଡିର ବ୍ୟାଟେରୀ ଫାଟିଯାଉଥିବାର ଦେଖିବାକୁ ମିଳୁଛି । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହି ଘଟଣା ପରେ ଲିଥିୟମ୍ ଆୟନ ବ୍ୟାଟେରୀରେ ସମ୍ଭାବିତ ବିପଦର ଆଶଙ୍କା ବଢିଯାଇଛି । ତେବେ ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନି ।

ଏହି ଭିଡିଓକୁ ପୋଷ୍ଟ କରି କ୍ୟାପ୍ସନରେ ଲେଖାଯାଇଛି କି ଚାର୍ଜ କରିବା ସମୟରେ ବ୍ୟାଟେରୀରେ ବିସ୍ଫୋରଣ ହୋଇଯାଇଛି । ଘରେ ଚାର୍ଜ କରିବା ଭଳି ଭୁଲ୍ କରନ୍ତୁନି । ଦେଖନ୍ତୁ ଏହାର ପରିଣାମ । ଏଭଳି କ୍ୟାପ୍ସନ ସହିତ ଭିଡିଓଟି ସେୟାର ହୋଇଛି ।

ଶେଷରେ ଭିଡିଓରେ ସମସ୍ତଙ୍କୁ ଅପିଲ କରାଯାଇଛି କି ସେମାନେ ଘରେ ଇଲେକ୍ଟ୍ରିକ୍ ବାଇକର ବ୍ୟାଟେରୀକୁ ଚାର୍ଜ କରନ୍ତୁ ନାହିଁ । ଅନ୍ୟ କିଛି ଉପଭୋକ୍ତା ବ୍ୟାଟେରୀ ଗାଡି ନକିଣିବା ପାଇଁ ମଧ୍ୟ ପ୍ରତିକ୍ରିୟା ରଖି ପରାମର୍ଶ ଦେଇଛନ୍ତି ।

Comments are closed.