www.samajalive.in
Sunday, December 7, 2025
26.1 C
Bhubaneswar

ଡ୍ରାଇଭିଂ ଟେଷ୍ଟ ମୂଲ୍ୟାୟନ କରିବ ଏଆଇ

କଟକ : ଏଣିକି ଡ୍ରାଇଭିଂ ଟେଷ୍ଟିଂ (ପରୀକ୍ଷା) ବେଳେ ହେବନି ପାତର ଅନ୍ତର। ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ)। ପାସ୍‌ ଓ ଫେଲ୍‌ ମେସିନ୍‌ ଦ୍ବାରା ମୂଲ୍ୟାୟନ କରାଯିବ। ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା। ଏହା ସଫଳ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଛି। ଖୁବଶୀଘ୍ର ଏହାକୁ ଉଦ୍‌ଘାଟନ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ଡ୍ରାଇଭିଂ ଟେଷ୍ଟିଂ ବେଳେ ବିଭିନ୍ନ ସମୟରେ ପାତରଅନ୍ତର ହେଉଥିବା ଅଭିଯୋଗ ଆସୁଥିଲା। ଦାୟିତ୍ବରେ ଥିବା ଏମଭିଆଇ ଉତ୍କୋଚ ନେଇ ଫେଲ୍‌ ହେଉଥିବା ଚାଳକଙ୍କୁ ପାସ୍‌ କରିଦେଉଥିବା ନଜିର ରହିଛି। ଡ୍ରାଇଭିଂ ଟେଷ୍ଟିଂ ବେଳେ ସ୍ବଚ୍ଛତା ନ ରହିବାରୁ ଏହାର କୁପ୍ରଭାବ ଦେଖିବାକୁ ମିଳୁଥିଲା। ଅନେକ ଗାଡ଼ି ଶିକ୍ଷା ନ କରି ଡ୍ରାଇଭିଂ ଲାଇସେନ୍ସ ପାଇବା ଦ୍ବାରା ରାସ୍ତାରେ ଦୁର୍ଘଟଣା ଘଟିବାରୁ ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେଣୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସ୍ବୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀ (ଅଟୋମେଟେଡ୍‌ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ)କୁ ଆପଣାଯାଇଛି। ଏହାଦ୍ବାରା ପରୀକ୍ଷା କରାଯାଉଥିବା ଟ୍ରାକ୍‌କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଟ୍ରାକ୍‌ରେ କ୍ୟାମେରା, ସେନ୍‌ସର ଓ ରେଡାର ଦ୍ବାରା ପରିଚାଳନା କରାଯିବ। ପରୀକ୍ଷା ଦେବାକୁ ଆସୁଥିବା ଗାଡ଼ି ଚାଳକ ଜଣକ କୌଣସି ତ୍ରୁଟି କରିବା ମାତ୍ରେ ମେସିନ୍‌ ସଙ୍ଗେ ସଙ୍ଗେ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ୍‌ କି ଫେଲ୍‌ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ। କ୍ୟାମେରା ଜରିଆରେ ଚାଳକଜଣକ ଠିକ ଭାବେ ଗାଡ଼ି ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ। କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ। ମେସିନ୍‌ରେ ଅପ୍‌ଲୋଡ଼୍‌ ଏକ ସଫ୍ଟୱେୟାର ସମସ୍ତ କାର୍ଯ୍ୟକୁ ପ୍ରୋସେସିଂ କରି ସଙ୍ଗେ ସଙ୍ଗେ ପାସ୍ ଫେଲ୍‌ ରିପୋର୍ଟ ପ୍ରସ୍ତୁତ କରିପାରିବ। ଏହାକୁ ଲାଗୁ କରିବା ପାଇଁ ପ୍ରଥମେ ପରିବହନ ବିଭାଗ ପକ୍ଷରୁ ୬ଟି ସ୍ଥାନ ଯଥା ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେଉଁଝରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହି ପରୀକ୍ଷା ସଫଳ ହେବା ପରେ ବର୍ତ୍ତମାନ ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏବଂ ଏଆରଟିଓରେ ଲାଗୁ କରାଯିବ। କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା କିଭଳି ଟ୍ରାକ୍‌ ପରିଚାଳିତ ହେବ ତାହାର ସମସ୍ତ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହା କାର୍ଯ୍ୟକାରୀ ହେବା ପରେ ମାନୁଆଲ ଭାବେ ହେଉଥିବା ପରୀକ୍ଷା ବ୍ୟବସ୍ଥାକୁ ଉଠାଇ ଦିଆଯିବ। ଗାଡ଼ି ଚାଳନା ଠିକ ଭାବେ ଜାଣି ନ ଥିଲେ ଲାଇସେନ୍ସ ଇସ୍ୟୁ ହୋଇପାରିବ ନାହିଁ। ଫଳରେ ଲାଇସେନ୍ସ ପ୍ରଦାନ ନେଇ ହେଉଥିବା ଅନିୟମିତତା ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ବିଭାଗ ପକ୍ଷରୁ ଦାବି କରାଯାଇଛି। ପରିବହନ ବିଭାଗ ପକ୍ଷରୁ ଆଗାମୀ ଦିନରେ ସମସ୍ତ ୩୮ ଆରଟିଓ/ଏଆରଟିଓରେ ଏହାକୁ ଲାଗୁ କରାଯିବାର ଯୋଜନା ରହିଛି। ୧୯ଟି ଆରଟିଓରେ ଏହାର ପରିଚାଳନା ପିପିପି ମୋଡ୍‌ରେ କରାଯାଉଛି। ରାଜ୍ୟ ବାହାରର ଏକ କମ୍ପାନୀ ସହଯୋଗ ଯୋଗାଇ ଦେଉଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ ହୋଇଛି। ୧୯ଟି ସ୍ଥାନରେ ପ୍ରସ୍ତୁତି ଶେଷ ହୋଇଛି। ଏହାଦ୍ବାରା ଡ୍ରାଇଭିଂ ଟେଷ୍ଟିଂରେ ଅଧିକ ସ୍ବଚ୍ଛତା ଆସିପାରିବ ଓ ଦୁର୍ଘଟଣା ହ୍ରାସ ପାଇପାରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories