www.samajalive.in
Tuesday, December 9, 2025
15.1 C
Bhubaneswar

କଟା ପିଆଜ ଫ୍ରିଜ୍‌ରେ ରଖୁଛନ୍ତି କି ?

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ପିଆଜ ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପକାରୀ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ହୃତପିଣ୍ଡ ଏବଂ ପାକସ୍ଥଳୀ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଅନେକ ଲୋକ କଟା ପିଆଜକୁ ଫ୍ରିଜ୍‌ରେ ରଖି ପୁନଃ ବ୍ୟବହାର କରିଥାଆନ୍ତି। ଯଦି ଆପଣ ମଧ୍ୟ ଏଭଳି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଫ୍ରିଜ୍‌ରେ କଟା ପିଆଜ ରଖି ପରେ ତାକୁ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ହାନିକାରକ ସାବ୍ୟସ୍ତ ହୋଇପାରେ। କଟା ପିଆଜ ଖୁବଶୀଘ୍ର ଖରାପ ହୋଇଥାଏ। ଏଥିରେ ଖୁବ୍‌ଶୀଘ୍ର ବ୍ୟାକ୍ଟେରିଆ ଘର କରିଦିଅନ୍ତି, ଯାହାର ସେବନ ଶରୀର ପାଇଁ କ୍ଷତିକାରକ ସାଜିଥାଏ। କଟା ପିଆଜ ଫ୍ରିଜ୍‌ରେ ରହିଲେ ଫ୍ରିଜ୍‌ରେ ମଧ୍ୟ ବ୍ୟାକ୍ଟେରିଆ ବ୍ୟାପି ଯାଆନ୍ତି। ଫଳରେ ଫ୍ରିଜ୍‌ରେ ଥିବା ଅନ୍ୟ ଖାଦ୍ୟ ଦ୍ରବ୍ୟ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିଥାଏ। ତେଣୁ ପିଆଜକୁ କାଟିବା ମାତ୍ରକେ ତୁରନ୍ତ ରୋଷେଇରେ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories