ଗଧଙ୍କ ପରେଡ୍

0

ସାଧାରଣତଃ ବନ୍ଧୁ ହୁଅନ୍ତୁ କିମ୍ବା ଜ୍ଞାତିପରିଜନ, ସାମାନ୍ୟ ଭୁଲ୍ କାମଟିଏ କଲାମାତ୍ରେ ପାଟିରୁ ଆମର ସ୍ବତଃସ୍ଫୂର୍ତ୍ତ ଭାବେ ବାହାରିଆସେ, ଗଧଟା କିରେ? ଏହି ପ୍ରାଣୀର ଆଦର ତ’ କେହି କରନ୍ତି ନାହିଁ, ବରଂ ପରିହାସ କରୁଥିବାର ଦେଖାଯାଏ। ବିଶ୍ବର ଏକମାତ୍ର ସହର କଲମ୍ବିଆ, ଯେଉଁଠାରେ ପ୍ରତିବର୍ଷ ଗଧଙ୍କ ପ୍ୟାରେଡ୍ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଥାଏ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହା ସେଠାକାର ଏକ ପୁରାତନ ପରମ୍ପରା। ଗଧ ଯେ କେବଳ ବୋଝ ଉଠାଇବା ପାଇଁ ଆବଶ୍ୟକ, ତା’ ନୁହେଁ। ବରଂ ଆମ ମନୁଷ୍ୟ ସମାଜରେ ଗଧର ଯଥେଷ୍ଟ ମହତ୍ତ୍ବ ରହିଛି। ବିଶ୍ବର ଅଧିକାଂଶ ପ୍ରାନ୍ତରେ ଗଧକୁ ହେୟଜ୍ଞାନ ମନେକରାଯାଉଥିବାବେଳେ ଏଠାରେ ହିଁ ଆଦର କରାଯାଏ। ସେଠାକାର ସଂଖ୍ୟାଧିକ ଲୋକ ଗଧ ପାଳନ ମଧ୍ୟ କରୁଛନ୍ତି। ପ୍ରତି ବର୍ଷ ଜୁଲାଇର ପ୍ରଥମ ରବିବାର ସେଠାରେ ଏହି ‘ଗଧଙ୍କ ପ୍ୟାରେଡ୍’ ଆୟୋଜିତ ହୁଏ। ଲୋକେ ଗଧଙ୍କୁ ସୁସଜ୍ଜିତ କରାଇ ପ୍ୟାରେଡ୍‌ରେ ଅଂଶଗ୍ରହଣ କରାନ୍ତି। ରାଜସ୍ଥାନରେ ମଧ୍ୟ ପ୍ରତିବର୍ଷ ଗଧଙ୍କ ମେଳା ଅନୁଷ୍ଠିତ ହୋଇଥାଏ।

Leave A Reply