ଛାତରୁ ସିଲିଂ ଖସି ଡାକ୍ତର ଆହତ
ମ.ରାମପୁର : କାଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର କ୍ୱାର୍ଟରର ସିଲିଂ ପଡି ଡାକ୍ତର ଆହତ ହୋଇଥିବା ଜଣା ପଡିଛି। ଅପରାହ୍ନ ସମୟରେ ଡାକ୍ତର ନେହା ଦାସ ନିଜ କ୍ୱାର୍ଟରରେ ଥିବା ବେଳେ ହଠାତ୍ ଛାତର ସିଲିଂ ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିବା ଫଳରେ ସେ ଆହତ ହୋଇଛନ୍ତି । ସେଠାରେ ରହିବାକୁ ସେ ସୁରକ୍ଷିତ ମଣୁ ନଥିବା ଦେଖିବାକୁ ମିଳିଛି । ସେ ରହୁଥିବା କ୍ୱାର୍ଟର ଗୁଡ଼ିକର ଅବସ୍ଥା ଠିକ୍ ନଥିବାରୁ ଛାତର ସିଲିଂ ପଡି ଯାଇଥିଲା । ଏହାର ମରାମତି ପାଇଁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଜି ଏଭଳି ଅଘଟଣ ଘଟିଥିବା ଡାକ୍ତର ଦାସ କହିଛନ୍ତି । ବର୍ଷା ସମୟ ହୋଇଥିବା କାରଣରୁ ଏଭଳି ଅବସ୍ଥାରେ ରହି ରୋଗୀ ସେବା ଯୋଗାଇ ଦେଉଥିବା ଡ଼ାକ୍ତରଙ୍କ କ୍ୱାର୍ଟର ଗୁଡ଼ିକର ନବୀକରଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
Comments are closed.