www.samajalive.in
Tuesday, December 9, 2025
19.1 C
Bhubaneswar

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୁରଣ ନ ହେଲେ ପାଟଣା ବନ୍ଦ ପାଇଁ ନିଷ୍ପତ୍ତି

ପାଟଣା : ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଜନପ୍ରିୟ ଡାକ୍ତର ଚିତ୍ତରଞ୍ଜନ ନାୟକଙ୍କୁ ଏଠାରୁ ଠାକୁରମୁଣ୍ଡା ରିଲିଭ କରାଇ ଦିଆଯିବା ଘଟଣାକୁ ନେଇ ପାଟଣାରେ ଜନ ଅସନ୍ତୋଷ ତୀବ୍ର ହୋଇଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ସମେତ ସ୍ତ୍ରୀରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ଓ ସର୍ଜରୀ ବିଶେଷଜ୍ଞ ନିଯୁକ୍ତି ଦିଆ ନ ଗଲେ ପାଟଣାରେ ସରକାରୀ ବେସରକାରୀ କାର୍ୟ୍ୟାଳୟ ସହ ସ୍କୁଲ କଲେଜଗୁଡିକ ଦାବି ପୁରଣ ନହେଲା ପର୍ୟ୍ୟନ୍ତ ବନ୍ଦ ରଖିବେ ବୋଲି ଆଜି ଜନମତ ସଂଗ୍ରହ କରାଯାଇଛି ।

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ମିଶାଇ ମୋଟ ୭ଟି ଅନୁମୋଦିତ ଡାକ୍ତର ପଦବୀ ଥିବାବେଳେ ଏମାନଙ୍କ ମଧ୍ୟରୁ ଜଣେ ମେଡିସିନ ସ୍ପେସାଲିଷ୍ଟ, ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସର୍ଜରୀ ବିଶେଷଜ୍ଞଙ୍କ ସହ ଦୁଇଟି ଆସିଷ୍ଟାଣ୍ଟ ସର୍ଜନ ପଦବୀ ରହିଛି । ଏବେ ଏଠାରେ ଭାରପ୍ରାପ୍ତ ଚିକିସାଧିକାରୀ ନଥିବା ବେଳେ ୨ଜଣ ଆସିଷ୍ଟାଣ୍ଟ ସର୍ଜନ ଓ ଜଣେ ଠିକା ମେଡିସିନ ସ୍ପୋଶାଲିଷ୍ଟ କାର୍ୟ୍ୟରତ ଅଛନ୍ତି। ଯାହା ଫଳରେ ଅଞ୍ଚଳବାସୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବା ସମ୍ଭବ ହେଉନାହିଁ । ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଘଟଗାଁ, ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ଲକ୍ଷାଧିକ ଲୋକ ନିର୍ଭରଶୀଳ ଥିବା ବେଳେ ପାଟଣା ଦେଇ ୨୨୦ ନଂ ଜାତୀୟ ରାଜପଥ, ଜିଲ୍ଲା ମୁଖ୍ୟାଳୟ ରାସ୍ତା ଓ ଗ୍ରାମ ସଡକରେ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ଘଟଗାଁ, ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ଅପମୃତ୍ୟୁର ଶିକାରଙ୍କ ବ୍ୟବଛେଦ ବ୍ୟବସ୍ଥା ଥିବାରୁ ଗୁରୁତ୍ୱପୂର୍ଣ୍ଣ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଚଳାବସ୍ଥା ଦୂର କରିବାକୁ ବୁଦ୍ଧିଜୀବିମାନେ ମତ ରଖିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories