www.samajalive.in
Sunday, December 7, 2025
23.1 C
Bhubaneswar

୩ବର୍ଷ ହେଲା ସରକାରୀ ସାହାଯ୍ୟ ଅପେକ୍ଷାରେ ମୃତ ଶିକ୍ଷକଙ୍କ ବିଧବା ପତ୍ନୀ

ନବରଙ୍ଗପୁର: ପ୍ରାୟ ୩ବର୍ଷ ହେବାକୁ ଯାଉଛି, ସରକାରୀ ସାହାଯ୍ୟର ଅପେକ୍ଷାରେ ରହିଛନ୍ତି ମୃତ ଶିକ୍ଷକଙ୍କର ବିଧବା ପତ୍ନୀ। ତେବେ ବର୍ତ୍ତମାନ ସୁଦ୍ଧା କୈାଣସି ସରକାରୀ ସାହାଯ୍ୟ ପାଇନଥିବାରୁ ପୁଣି ଥରେ ଜିଲା ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟ ଓ ଜିଲାପାଳଙ୍କର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ବାଲେଶ୍ୱର ଜିଲାର ଖଇରା ଥାନା ଅନ୍ତର୍ଗତ ସାରୁଆଗାଁର ପଦ୍ମଲୋଚନ ସାମଲ ଗତ ୯.୧୨.୨୦୧୧ ଠାରୁ ଉମରକୋଟବ୍ଳକ ଅନ୍ତର୍ଗତ ବେହେଡା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ କଣ୍ଟ୍ରାକ୍ଟ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଦୁଭାର୍ଗ୍ୟବଶତଃ ସେ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଏହି ଚିକିତ୍ସା ପାଇଁ ତାଙ୍କର ପରିବାର ସମସ୍ତ ଜମି ଓ ସପତ୍ତି ବିକ୍ରି କରି ସର୍ବସ୍ୱ ହରାଇଥିବାବେଳେ ଗତ ୭.୧.୨୦୧୮ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଏ ସଂପର୍କରେ ତାଙ୍କ ପତ୍ନୀ ଅନିତା ରାଣୀ ସାମଲ ଲିଖିତ ଭାବେ ବ୍ଳକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ ସେ ସବୁ ସପତ୍ତି ହରାଇଥିବା ବେଳେ ତାଙ୍କର କେବଳ ଘର ଖଣ୍ଡିଏ ରହିଛି। ବର୍ତ୍ତମାନ ଚଳିବା ପାଇଁ ତାଙ୍କର କୈାଣସି ସମ୍ଭଳ ନାହିଁ। ଗତ ଏକ ବର୍ଷ ମଧ୍ୟରେ ତାଙ୍କର ଶ୍ୱଶୁର ମଧ୍ୟ ଆରପାରିରେ ଚାଲି ଯାଇଛନ୍ତି। ବର୍ତ୍ତମାନ ଗାଁରେ ବିଧବା ବୃଦ୍ଧା ଶାଶୁ ସହିତ ତାଙ୍କର ଦୁଇଟି ସାନ ଛୁଆ ରହିଛନ୍ତି। ଏମାନଙ୍କୁ ପ୍ରତିପୋଷଣ କରିବା ପାଇଁ ତାଙ୍କର ଅନ୍ୟ କୈାଣସି ରୋଜଗାର ନଥିବାବେଳେ ଅତ୍ୟନ୍ତ ଦୟନୀୟ ଭାବେ କାଳାତିପାତ କରୁଛନ୍ତି। ତେଣୁ ମୃତ ସ୍ୱାମୀଙ୍କର କ୍ଷତିପୂରଣ ସହିତ ପରିବାର ପ୍ରତିପୋଷଣ ଓ ମୃତ ସ୍ୱାମୀଙ୍କର ଚାକିରୀ ପ୍ରତି ସଂରକ୍ଷଣରେ ନିଯୁକ୍ତି ଦେବାକୁ ସେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ପୂର୍ବରୁ ବାରମ୍ବାର ଜିଲା ଶିକ୍ଷା କାର୍ଯ୍ୟାଳୟକୁ ଯାଇ ଗୁହାରୀ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ଜିଲପାଳଙ୍କୁ ମଧ୍ୟ ଅନୁରୂପଭାବେ ଜଣାଇବାରୁ ଏହାର ତଦନ୍ତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ କୈାଣସି ପଦକ୍ଷେପ ନିଆଯାଇ ନଥିବା ଅନିତା କାନ୍ଦିକାନ୍ଦି କହିଛନ୍ତି।ସେ ତାଙ୍କର ଗାଁରୁ ପୁଣି ନବରଙ୍ଗପୁର ଆସି ପୁନର୍ବାର ଗୁରୁବାର ଅପରାହ୍ନରେ ଜିଲାଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟକୁ ଯାଇଥିଲେ ହେଁ ସେଠାରେ କଣ୍ଟ୍ରାକ୍ଟ ଶିକ୍ଷକଙ୍କର ପାଇଁ ସାହାଯ୍ୟ ଓ ଚାକିରୀ ସଂରକ୍ଷଣ ବ୍ୟବସ୍ଥା ନଥିବା କହି ଫେରାଇ ଦେବାପରେ ନିରାଶ ହୋଇପଡିଛନ୍ତି। ସେ ଅପରାହ୍ନରେ ଜିଲାପାଳଙ୍କର ଅବାସିକ କାର୍ଯ୍ୟାଳୟକୂୁ ଯାଇ ପୁନର୍ବାର ଲିଖିତ ଭାବେ ଜଣାଇବା ପରେ ଜିଲାପାଳ ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦୀର୍ଘ ତିନି ବର୍ଷ ପରେ ମଧ୍ୟ ବିଧବା ଅନୀତାଙ୍କୁ ନ୍ୟାୟ ମିଳିନଥିବାରୁ ସେ ହତୋତ୍ସାହିତ ହୋଇ ପଡିଛନ୍ତି। ରାଜ୍ୟ ସରକାର ଏହାର ବିଚାର କରି ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।

- Advertisement -

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories