ଭାରତ ବନ୍ଦକୁ ସମର୍ଥନ କରୁଥିବା ଧୋନିଙ୍କ ଫଟୋ ଭାଇରାଲ
ତୈଳ ଦର ବୃଦ୍ଧି ନେଇ ସୋମବାର କଂଗ୍ରେସ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଯାହାକୁ ଭାରତର ଅନେକ ରାଜନୈତିକ ଦଳ ସମର୍ଥନ କରିଥିଲେ। ଏହାକୁ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ସମର୍ଥନ କରୁଥିବାର ଏକ ଫଟୋ ଭାଇରାଲ ହୋଇଛି। ସାମାଜିକ ଗଣମାଧ୍ୟମରେ ଧୋନି ଏବଂ ତାଙ୍କ ପତ୍ନୀଙ୍କ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ମହେନ୍ଦ୍ର ସିଂ ଧୋନି ତାଙ୍କ ପତ୍ନୀ ସାକ୍ଷୀ ଏକ ପେଟ୍ରୋଲ ପମ୍ପରେ ବସିଥିବା ନଜର ଆସିଛନ୍ତି। କିନ୍ତୁ ସତ୍ୟ କଥା ହେଉଛି ଗତ ଅଗଷ୍ଟ ୨୯ତାରିଖରେ ଧୋନି ତାଙ୍କ ପରିବାର ସହିତ ଶିମଲା ଯାଇ ଫେରିବା ବାଟରେ ସେ ଏକ ପେଟ୍ରୋଲ ପମ୍ପରେ କିଛି ସମୟ ବିଶ୍ରାମ କରିଥିଲେ। ସେହି ସମୟରେ ପ୍ରଶଂସକ ମାନେ ତାଙ୍କ ଫଟୋ ଉଠାଇଥିଲେ ଯାହାକୁ ପରେ ଅପଲୋଡ କରିଥିଲେ।