bjd gruha runa

ରାସ୍ତାରେ ଶୋଇଥିବା ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍; ୧୩ ମୃତ

BJD Bijuli 480×75 Mob

ପରଜଙ୍ଗ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ରାସ୍ତାଉପରେ ଶୋଇଥିବା ଗୋରୁଙ୍କ ଉପରେ ଟ୍ରକ୍‌ ମାଡ଼ିଯିବାରୁ ୧୩ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗୋରୁଙ୍କ ଉପରେ ଚଢ଼ିଯିବା ପରେ ଏକ ଚା’ ଦୋକାନ ଉପରେ ଟ୍ରକ୍‌ଟି ମାଡ଼ିଯାଇଥିବା ଜଣାପଡ଼ିଛି। ତେବେ ଚା’ ଦୋକାନୀର କୌଣସି କ୍ଷତି ହୋଇନାହିଁ। ଆଜି ଭୋର ସମୟରେ ଟ୍ରକ୍‌ଟି ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଯାଉଥିଲା। ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଶୋଇଥିବା ଗୋରୁଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୩ ଗୋରୁଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା କରିଛି। ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍‌ ଚାଳକ ଫେରାର ରହିଛି।

Comments are closed.