ସୁରଭି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କର ଅର୍ନ୍ତନିହିତ ଗୁଣାବଳୀର ବିକାଶ ସାଧନ ହେବ

ଧାମରା:ଧାମରା ନିକଟସ୍ଥ ସୁକଚାନ୍ଦ ମାନ୍ନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କରଞ୍ଜମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଅନୁପ କୁମାର ଦାସ ସଭାପତିତ୍ୱ କରିଥିଲେ। ସଂଯୋଜକ ତ୍ରିଲୋଚନ ଦାସଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରାଉତ, ବକ୍ତାଭାବେ ପ୍ରାଣକୃଷ୍ଣ ଓଝା ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଧାମରା ଆଦାନୀ ବନ୍ଦରର ମୃଣ୍ମୟ ମାନ୍ନା, ରଘୁନାଥ ସାହୁ, ଶିକ୍ଷକ ରଞ୍ଜନ ମିଶ୍ର, ଅଜୟ କୁମାର ରାଉତ, ଶ୍ରୀଧର ସ୍ୱାଇଁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବ୍ରଜ କିଶୋର ଗିରି ଯୋଗ ଦେଇଥିଲେ। ସିଆରସିସି ତ୍ରିଲୋଚନ ଦାସ ସୁରଭି କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହ ମୁଖ୍ୟ ଅତିଥି ସୁରଭି କାର୍ଯ୍ୟକ୍ରମ ଓଡିଶାର କୋଣ ଅନୁକୋଣରୁ ପ୍ରତିଭା ଅନ୍ୱେଷଣର ଏକ ବଳିଷ୍ଠ କାର୍ଯ୍ୟକ୍ରମ ଓ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ଅର୍ନ୍ତନିହିତ ଗୁଣାବଳୀର ବିକାଶ ସାଧନ ହେବ ବୋଲି ବକ୍ତବ୍ୟ ରଖିଥିଲେ। ଶିକ୍ଷକ ଶିତାଂଶୁ ଶେଖର ପାତ୍ର ଅତିଥି ପରିଚୟ ଓ କାଳିପଦ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

prayash

କରଞ୍ଜମାଳ କ୍ଲଷ୍ଟରର ୧୭ଟି ବିଦ୍ୟାଳୟରୁ ୧୬୫ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପ୍ରତ୍ୟେକ ବିଭାଗରୁ ଅଂଶ ଗ୍ରହଣକାରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ସୁପରିଚାଳନାରେ ମାନସ ପରିଡା, ମାନିକ ଦାସ, ସୁବାଷ ଦାସ, ବନବିହାରୀ ସିଂ, ସୁକାନ୍ତ ସେଠୀ, ତ୍ରିନାଥ ସାହୁ, ଲକ୍ଷ୍ମଣ ଦାସ, ବନ୍ଦନା ନାୟକ, ସରିତା ଦାସ, ରଶ୍ମିତା ମଣ୍ଡଳ, ମହେଶଯବର ଦୁଆରୀ, ଦେବେନ୍ଦ୍ର ଦାସ, ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Comments are closed.