ଜନଜାତୀୟ ସମାଜର ବିକାଶ

ଭୁବନେଶ୍ବର : ଜନଜାତୀୟ ଲୋକମାନେ ଭାରତ ସଂସ୍କୃତିର ଅମୂଲ୍ୟ ଅଂଶ। ପ୍ରାଚୀନ ସଂସ୍କୃତି, ଐତିହ୍ୟ ଏବଂ ନିଜର ଅନନ୍ୟ ଜୀବନଶୈଳୀ ଦ୍ବାରା ସେମାନେ ସମାଜରେ ପରିଚିତ। ଜଙ୍ଗଲ ପାହାଡ଼ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ସେମାନଙ୍କ ପରିବାର। ସେମାନଙ୍କ ଭାଷା, ପରମ୍ପରା ଏବଂ ଜୀବନଶୈଳୀ ନିଜସ୍ବ, ଅନ୍ୟ ସମାଜଠାରୁ ଭିନ୍ନ। ଏହି ଲୋକଙ୍କ ନୃତ୍ୟ, ସଙ୍ଗୀତ, ଅନୁଷ୍ଠାନ ଏବଂ ଚିତ୍ରକଳା ବେଶ୍ ଲୋକପ୍ରିୟ। ନିଜର କିଛି ନିର୍ଦ୍ଦିଷ୍ଟ ନିୟମ ଓ ପ୍ରଥା ଅନୁସରଣ କରି ସେମାନେ ଜୀବନ ଯାପନ କରିଥାନ୍ତି।
ଜନଜାତୀୟ ସମାଜ ପ୍ରାକୃତିକ ସଂରକ୍ଷଣ ଏବଂ ଚିରସ୍ଥାୟୀ ବିକାଶରେ ଅଗ୍ରଗଣ୍ୟ। ବନସଂରକ୍ଷଣ, ଜଳସଂରକ୍ଷଣ ଏବଂ ଜୈବ ବିବିଧତା ସୁରକ୍ଷାରେ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୁରାତନ ଯୁଗରେ ଏହି ସମୁଦାୟଙ୍କ ଉପରେ ହୋଇଥିବା ଅତ୍ୟାଚାର ରୋକିବା ପାଇଁ ୧୯୮୯ ମସିହାରେ ଅତ୍ୟାଚାର ପ୍ରତିରୋଧ ଅଧିନିୟମ ଲାଗୁ କରାଯାଇଥିଲା। ଏହି ସମାଜକୁ ଭାରତୀୟ ସମ୍ବିଧାନ ଅନୁଯାୟୀ ବିଶେଷ ସୁବିଧା ଏବଂ ଅଧିକାର ମିଳିଥାଏଟ୍ଟ କିନ୍ତୁ ତା’ପରେ ବି ସବୁ କ୍ଷେତ୍ରର ବିକାଶଠାରୁ ସେମାନେ ଅନେକ ପଛରେ। ନିଜର ଆର୍ଥିକ ବିକାଶ କରିବାରେ ବି ଏମାନେ ବିଫଳ ଥାନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ୧୯୯୯ ମସିହାରେ ଦେଶରେ ପ୍ରଥମ ଥର ଏହି ବର୍ଗ ଓ ସେମାନଙ୍କ ସମାଜର ଉନ୍ନତି, ସେମାନଙ୍କ ବିଭିନ୍ନ ସମସ୍ୟାର ଯଥାଶୀଘ୍ର ସମାଧାନ ଏବଂ ଆର୍ଥିକ ବିକାଶ ପାଇଁ କେନ୍ଦ୍ରରେ ନୂତନ ଭାବେ ଜନଜାତୀୟ କାର୍ୟ୍ୟ ମନ୍ତ୍ରାଳୟର ସୃଷ୍ଟି ହୋଇଥିଲା। ସୁନ୍ଦରଗଡ଼ ଏକ ଜନଜାତି ଅଧ୍ୟୁଷିତ ଜିଲା ହିସାବରେ ଗର୍ବ କରିଥିଲାଟ୍ଟ କରାଣ ଏହି ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ ଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଦାୟିତ୍ବ ନେଇଥିଲେ। ବାଜପେୟୀଙ୍କ ଶାସନ କାଳରେ ଜନଜାତୀୟ ଲୋକଙ୍କ ଉନ୍ନତି ପାଇଁ ଅନେକ ଗୁରୁତ୍ବପୂର୍ଣ ଯୋଜନା ଏବଂ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା।
‘ଅଧିବାସୀ କ୍ଷେତ୍ର ବିକାଶ କାର୍ୟ୍ୟକ୍ରମ’ର ଶୁଭାରମ୍ଭ କରାଯାଇଥିଲା। ଜନଜାତୀୟ ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାର୍ୟ୍ୟକ୍ରମକୁ ପରିଚାଳନା କରୁଥିଲେ। ଏହି ଯୋଜନା ଅନ୍ତର୍ଗତ ଏକ ଅଧିବାସୀ-କୈନ୍ଦ୍ରିକ ବିକାଶ ନୀତି କାର୍ୟ୍ୟକାରୀ ହୋଇଥିଲା। ଜନଜାତୀୟ ଅଞ୍ଚଳର ମୌଳିକ ସୁବିଧା ଯଥା ରାସ୍ତା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ, ବିଦ୍ୟୁତ୍କରଣ ବିକାଶ ପାଇଁ ‘ପ୍ରଥମ ବାର୍ଷିକ ଜନଜାତୀୟ ଉନ୍ନତି କ୍ରିୟାନୁଷ୍ଠାନ ଯୋଜନା’ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ରୂପରେଖ ପ୍ରସ୍ତୁତ କରାଯାଉଥିଲା। ‘ଜନଜାତୀୟ ଶିକ୍ଷା ପ୍ରଚାର ଏବଂ ପ୍ରସାର’ ଯୋଜନାରେ ଏହି ସମୁଦାୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଶେଷ ବୃତ୍ତି ଏବଂ ଅନୁଦାନ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ହଷ୍ଟେଲ୍ ଖୋଲାଯାଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଏହି ସମାଜର ଶିକ୍ଷା, ଆର୍ଥିକ ସମୃଦ୍ଧି, ସ୍ୱାସ୍ଥ୍ୟସେବା ଏବଂ ସଶକ୍ତୀକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଜନଜାତୀୟ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗୁଣବତ୍ତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକଲବ୍ୟ ମଡେଲ୍ ରେସିଡେନସିଆଲ୍ ସ୍କୁଲ୍’ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ବର୍ତ୍ତମାନ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ ସଂଖ୍ୟା ଦେଶରେ ୭୫୦ରୁ ଊର୍ଦ୍ଧ୍ବ।
ଦକ୍ଷତା ବିକାଶ କାର୍ୟ୍ୟକ୍ରମ ମାଧ୍ୟମରେ ଜନଜାତୀୟ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ଏବଂ ଟ୍ରେଡ୍ ଶିଖିବାର ଅବସର ମିଳୁଛିଟ୍ଟ ଯାହା ଦେଶରେ ଅନେକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଜନଜାତୀୟ ଲୋକଙ୍କ ଆର୍ଥିକ ସ୍ବାବଲମ୍ବନ ଏବଂ ସ୍ୱରୋଜଗାର ପାଇଁ ‘ବନଧନ ଯୋଜନା’ ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ବନ ଉତ୍ପାଦ ଜମା କରି ତାହାକୁ ବଜାରରେ ବିକ୍ରି କରିବା ପାଇଁ ଜନଜାତୀୟ ଲୋକଙ୍କୁ ସହଯୋଗ ଦିଆଯାଉଛି। ଦେଶରେ ୧୦,୦୦୦ରୁ ଊର୍ଦ୍ଧ୍ବ ବନଧନ କେନ୍ଦ୍ର ସ୍ଥାପନ ହୋଇଛିଟ୍ଟ ଯାହା ଜନଜାତୀୟ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବ। ଜନଜାତୀୟ ସଂସ୍କୃତି, ଶିଳ୍ପ ଏବଂ ପରମ୍ପରାର ପ୍ରଚାର ପାଇଁ ‘ଆଦି ମହୋତ୍ସବ’ ନାମରେ ଅନ୍ତର୍ଜାତୀୟ ମେଳା ଆୟୋଜନ କରାଯାଉଛି। ଏହି ମେଳା ମାଧ୍ୟମରେ ଜନଜାତୀୟ ଶିଳ୍ପୀମାନଙ୍କୁ ନୂଆ ବଜାର ମିଳୁଛିଟ୍ଟ ଯେଉଁଠାରେ ସେମାନେ ନିଜ ହସ୍ତ ତିଆରି ସାମଗ୍ରୀ ବିକ୍ରି କରିପାରୁଛନ୍ତି।
ଜନଜାତୀୟ ଯୁବ ଉଦ୍ୟୋଗୀଙ୍କୁ ସ୍ୱରୋଜଗାର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ‘ଆଦି ଆରମ୍ଭ’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଯୁବ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟମୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ଜନଜାତୀୟ ଲୋକଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଦିଆଯାଉଛି। କେନ୍ଦ୍ର ସରକାରଙ୍କର ‘ଜନଧନ ଯୋଜନା’ରେ ଅଧିକାଂଶ ଜନଜାତି ଲୋକ ବ୍ୟାଙ୍କ ଖାତା ଖୋଲି ଆର୍ଥିକ ସ୍ୱାବଲମ୍ବୀ ହେଉଛନ୍ତି। ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଜନଜାତୀୟ ଅଞ୍ଚଳଗୁଡ଼ିକୁ ସମଗ୍ର ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଜନଜାତୀୟ ଅଞ୍ଚଳର ବିକାଶ ଏବଂ ସ୍ୱାବଲମ୍ବନ ଉପରେ ଗୁରୁତ୍ବ ଦିଆଯାଉଛି। ଯୋଜନାଗୁଡ଼ିକ ଶିକ୍ଷା, ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ସୁରକ୍ଷା ବୃଦ୍ଧିରେ ସାହାଯ୍ୟ କରୁଛି। ଆତ୍ମନିର୍ଭର ଭାରତ ଯୋଜନାରେ ହସ୍ତଶିଳ୍ପ, ହସ୍ତତନ୍ତ୍ର ଏବଂ ଜୈବିକ ଉତ୍ପାଦନରେ ଜନଜାତୀୟ ଲୋକମାନେ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିପାରୁଛନ୍ତି।
ଆମ ଓଡ଼ିଶା ମାଟିର ଜନଜାତୀୟ ମହିଳା ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତିଟ୍ଟ ଯାହା ସମଗ୍ର ଜନଜାତୀୟ ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ସମାଜକୁ ଅନ୍ତର୍ଜାତୀୟ ମହଲରେ ପରିଚୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ରାଜ୍ୟ ସରକାରର ନେତୃତ୍ବ ନେଉଛନ୍ତି ଜନଜାତୀୟ ସମାଜର ମୋହନ ଚରଣ ମାଝୀ। ମୋହନଙ୍କ ସରକାର ମଧ୍ୟ ଜନଜାତୀୟ ସମାଜର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜନଜାତୀୟ ସମାଜର ବିକାଶ ଦ୍ରୁତ ଗତିରେ ଆଗକୁ ବଢୁଛି। ଜନଜାତୀୟ ସମାଜ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ବହନ କରିବେ ବୋଲି ମୋର ଆଶା।
ଭବାନୀଶଙ୍କର ଭୋଇ
ଉପ-ବାଚସ୍ପତି, ଓଡ଼ିଶା ବିଧାନସଭା
Comments are closed.