ରାଜ୍ୟପାଳଙ୍କ ବଦଳି ଦାବିରେ ବିକ୍ଷୋଭ
ଶିବାଜିଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ
ମୁମ୍ବଇ : ଛତ୍ରପତି ଶିବାଜି ମହାରାଜାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀଙ୍କ ବଦଳି ଦାବି ଜୋର ଧରିଛି। ରାଜ୍ୟପାଳଙ୍କ ବଦଳି ଦାବି କରି ଶାସକ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୋମବାର ମୁମ୍ବଇ, ନାଗପୁର, ପୁଣେ ଓ ଔରଙ୍ଗାବାଦରେ କଂଗ୍ରେସ, ଏନସିପି ଓ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିରୋଧୀଙ୍କ ଏପରି ବିକ୍ଷୋଭକୁ ଦେଖି ବିଜେପି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଛି। ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ଯେ ରାଜ୍ୟପାଳଙ୍କୁ ବୁଝିବାରେ ଆମର ଭୁଲ୍ ରହିଛି। ଛତ୍ରପତି ଶିବାଜି ମହାରାଜା ମହାରାଷ୍ଟ୍ର ଓ ସମଗ୍ର ଦେଶ ପାଇଁ ସର୍ବଦା ହିରୋ ହୋଇ ରହିବେ। ସେ କୌଣସି ଗୋଟିଏ ଯୁଗରେ ସୀମିତ ନୁହନ୍ତି। ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଥିବା ପର୍ଯ୍ୟନ୍ତ ଶିବାଜି ମହାରାଜା ମହାରାଷ୍ଟ୍ରବାସୀଙ୍କ ପାଇଁ ଆଦର୍ଶ ହୋଇ ରହିବେ। କୋସିୟାରୀଙ୍କ ମନରେ ମଧ୍ୟ ଏହି ବିଚାର ରହିଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ କହିଛନ୍ତି ଯେ ଛତ୍ରପତି ଶିବାଜୀ ଆମ ପାଇଁ ଭଗବାନ। ରାଜ୍ୟପାଳ ଜାଣିରଖିବା ଦରକାର ଯେ ଶିବାଜୀଙ୍କୁ କେବେହେଲେ କାହା ସହିତ ତୁଳନା କରାଯାଇପାରିବ ନାହିଁ। ସେ କୌଣସି ଗୋଟିଏ ସମୟର ହିରୋ ନୁହନ୍ତି।
ବିଜେପିର ରାଜ୍ୟସଭା ସଦସ୍ୟ ଉଦୟନରାଜେ ଭୋସଲେ କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ବିରୋଧ କରିଛନ୍ତି। ଭୋସଲେ କହିଛନ୍ତି ଯେ ରାଜ୍ୟପାଳଙ୍କୁ ତୁରନ୍ତ ବଦଳି କରାଯାଉ। ରାଜ୍ୟପାଳଙ୍କ ବିରୋଧରେ ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ସେ ତାଙ୍କର ଭବିଷ୍ୟତ ସମ୍ପର୍କରେ ବିଚାର କରିବେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ବିଧାୟକ ସଞ୍ଜୟ ଗାଏକୱାଡ ମଧ୍ୟ ରାଜ୍ୟପାଳଙ୍କ ବଦଳି ଦାବି କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରର ଶାସକ ବିଜେପି ନେତାମାନେ ମହାରାଷ୍ଟ୍ରର ଇତିହାସ ସମ୍ପର୍କରେ ଜାଣି ନଥିବା ବ୍ୟକ୍ତିଙ୍କୁ ଏଠାରେ ରାଜ୍ୟପାଳ ପଦରେ ବସାଇଛନ୍ତି। ତେଣୁ ତାଙ୍କୁ ଏଠାରୁ ତୁରନ୍ତ ହଟାଯାଉ। ଶିନ୍ଦେଙ୍କ ନେତୃତ୍ବ ମହାରାଷ୍ଟ୍ର ସରକାରରେ ବିଜେପି ଅଂଶୀଦାର ରହିଛି। ଏହା ସତ୍ତ୍ବେ ରାଜ୍ୟପାଳଙ୍କ ବଦଳି ପାଇଁ ଶିନ୍ଦେଙ୍କ ଗୋଷ୍ଠୀ ଦାବି କରିଛି। ଶନିବାର କୋସିୟାରୀ କହିଥିଲେ ଯେ ଶିବାଜି ଅତୀତ ଯୁଗର ହିରୋ ଥିଲେ। ବର୍ତ୍ତମାନ ଯୁଗର ହିରୋ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ରାଜ୍ୟପାଳଙ୍କ ମନ୍ତବ୍ୟକୁ ବିରୋଧୀ ଶିବସେନା ମଧ୍ୟ ବିରୋଧ
Comments are closed.