ଘରଭଙ୍ଗା କ୍ଷତିପୂରଣ ପ୍ରଦାନ ଦାବି

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅର୍ନ୍ତଗତ ଲପଙ୍ଗା ଗ୍ରାମର ବାବାଜୀ କିଷାନଙ୍କୁ ରାଜ୍ୟ ରାଜପଥର ସମ୍ପ୍ରସାରଣ ସମୟରେ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଗୁରୁବାର ଜିଲା ପ୍ରଶାସନ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସମ୍ବଲପୁର – ରାଉରକେଲା ରାଜ୍ୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ତାଙ୍କର ୧୨ ଡିସିମିଲ ଜମି ଓ ଘରକୁ ଅଧିଗ୍ରହଣ କରାଯାଇଥିଲା। ସେ ସମୟରେ କେବଳ ତାଙ୍କର ଜମିର କ୍ଷତିପୁରଣ ରାଶି ପ୍ରଦାନ କରାଯାଇଥିବା ବେଳେ ଘର ବାବଦରେ କ୍ଷତିପୁରଣ ଟଙ୍କା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଏଣୁ ପିଡିତ ବ୍ୟକ୍ତି ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରି କ୍ଷତିପୂରଣ ରାଶି ଦାବି କରିଛନ୍ତି।

Comments are closed.