www.samajalive.in
Tuesday, December 9, 2025
17.1 C
Bhubaneswar

ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ମହାରାଷ୍ଟ୍ରରେ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ହଜରତ ନିଜାମୁଦ୍ଦିନରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ ଆଜି ସକାଳେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କୋଙ୍କଣ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଟ୍ରେନଟି ଗୋଆର ମଡଗାଓଁକୁ ଯାଉଥିବା ବେଳେ ରତ୍ନଗିରିରେ ଟ୍ରେନର ଚକ ଟ୍ରାକରୁ ବାହାରକୁ ବାହାରି ଯାଇଥିଲା। ଅଧିକାରୀ ଜଣକ କହିଛନ୍ତି,ହଜରତ ନିଜାମୁଦ୍ଦିନ-ମଡଗାଓଁ ଜଙ୍କସନ ନିକଟରେ ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ସୁପରଫାଷ୍ଟ ସ୍ପେଶାଲ ଟ୍ରେନର ଚକ ଆଜି ସକାଳ ୪.୧୫ ମିନିଟରେ ରେଳ ଧାରଣାରୁ ବାହାରି ଯାଇଥିଲା ଫଳରେ ଏହା ଲାଇନଚ୍ୟୁତ ହୋଇଥିଲା।

- Advertisement -

ଯଦିଓ ଏହାର କାରଣ ଜଣାପଡିନାହିଁ, ତେବେ ଏକ ଟନେଲ ମଧ୍ୟ ଦେଇ ଯିବା ବେଳେ ଏକ ଛୋଟ ବୋଲ୍ଡର ଟ୍ରେନର ଗୋଟିଏ ଚକ ସହ ଧକ୍କା ହେବା ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ସିପିଆରଓ ସୂଚନା ଅନୁଯାୟୀ, ସେହି ଟ୍ରାକକୁ ସକାଳ ୮:୧୮ରେ ମରାମତି କରାଯିବ ପରେ ୮:୪୫ରେ ଟ୍ରେନ ପୁଣି ଯାତ୍ରା କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories