bjd gruha runa

ଦୁର୍ଘଟଣାରେ ୧୩ଜଣ ମହିଳା ଆହତ

BJD Bijuli 480×75 Mob

ଦେବଗଡ଼ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଘଟି ୧୩ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜିଲା ବିଜେପି କାର୍ଯ୍ୟାଳୟରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୧୩ ଜଣ ମହିଳା ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ଅଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.