ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟର କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ନୂଆ-ଓ’ ଯୋଜନା ଆନୁକୁଲ୍ୟରେ ଦେବରାୟ, ନୟାପଲ୍ଲୀ ମହାବିଦ୍ୟାଳୟରେ ତ୍ରିଦିବସୀୟ କ୍ରୀଡ଼ା ଓ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ଘଡ଼େଇଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଛି। କ୍ରୀଡ଼ାବିତ୍ମାନେ ନିକଟସ୍ତ ମଙ୍ଗଳା ମନ୍ଦିରରେ ଅଲମ୍ପିକ୍ ମଶାଲକୁ ପୂଜା କରି ଖେଳ ପଡ଼ିଆର ଚତୁର୍ଦିଗ ପରିକ୍ରମା କରି ଉଦିଷ୍ଟ ସ୍ଥାନରେ ଅବସ୍ଥାପିତ କରିଥିଲେ। ଛାତ୍ରଛାତ୍ରୀମାନେ ୧୦୦ମି., ୨୦୦ମି., ୮୦୦ମି. ଦୌଡ଼ ପ୍ରତିଯୋଗୀତା, ଲମ୍ବ ଡ଼ିଆଁ ଓ ଉଚ୍ଚ ଡ଼ିଆଁ, ଡିସକସ୍ ଥ୍ରୋ, ସଟଫୁଟ୍ କ୍ରିଡ଼ାରେ ଭାଗ ନେଇଥିଲେ।

prayash

ଆଚାର୍ଯ୍ୟ ହରିହର କଲେଜର କ୍ରିଡ଼ା ଶିକ୍ଷକ ଶ୍ରୀ ଶିବ କୁମାର ଜେନା, ଜୟଦେବ କଲେଜ ନହରକଣ୍ଟାର କ୍ରୀଡ଼ା ଶିକ୍ଷକ ଦକ୍ଷ ପ୍ରସାଦ ବ୍ରହ୍ମା ଓ ଦେବରାୟ କଲେଜର କ୍ରିଡ଼ା ଶିକ୍ଷକ ଚତୁର୍ଭୁଜ ଜେନା ଓଡ଼ିଶା କ୍ରୀଡ଼ା ସଂଗଠନ କାର୍ଯ୍ୟାଳୟର କର୍ମଚାରୀ ରବିକୁମାର ପଣ୍ଡା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାକୁ ପରିଚାଳନା କରାଇଥିଲେ। ପୂର୍ଣ୍ଣଚନ୍ଦ୍ର ଦାଶ, ମମତା ଦାସ, ସୁମିତା ଦାସ, ତାରନୁର୍ ଜାହାନ୍, ବାମଦେବ ହୋତା କ୍ରୀଡ଼ା ଘୋଷକ ଭାବେ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ନୋଡ଼ାଲ ଅଫିସର ଦେବାଂଶୁ ଶେଖର ପ୍ରାମାଣିକ ଓ ସୁରଥ କୁମାର ଦାସ କ୍ରାର୍ଯ୍ୟଧାରାକୁ ତଦାରଖ କରିଥିଲେ।

Comments are closed.