www.samajalive.in
Sunday, December 7, 2025
14.1 C
Bhubaneswar

ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ତୁରେକେଲା ଥାନା ମହୁଲବାହଲି ନିକଟ ରେଳ ଧାରଣାରୁ ଜଣେ ବୃଦ୍ଧାଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର କରିଛି କଣ୍ଟାବାଞ୍ଜି ଜିଆରପି। ମୃତା ବୃଦ୍ଧା ଜଣକ ହେଲେ ଝରଣୀ ଗାଁର ୬୭ ବର୍ଷୀୟା ଉଲା ମାଝୀ। ମହୁଲବାହଲି ଗାଁ ନିକଟ ରେଳ ଧାରଣା ୧୬୦/୧୯ ମାଇଲ ଖୁଣ୍ଟ ନିକଟରେ ଏକ ମାଲଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ଉଲା ମାଝୀଙ୍କ ଠାରୁ ଏକ ବ୍ୟାଗ ଉଦ୍ଧାର ହୋଇଛି। ରେଳଧରଣାରେ ପଡ଼ିଥିବା ବ୍ୟାଗରୁ ଲୁଗାପଟା ସହ ଆଧାରକାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା କାର୍ଡ ମିଳିଛି। ସେ ମାନସିକ ବିକାରଗ୍ରସ୍ତ ଥିବା ତାଙ୍କ ପୁଅ ଉମେଶ ମାଝୀ ପୁଲିସ ଆଗରେ ପ୍ରକାଶ କରିଥିବା ଫାଣ୍ଡି ଅଧିକାରୀ ସୀତାରାମ ସୁନାରି ସୂଚନା ଦେଇଛନ୍ତି। ପୁଲିସ ଅପରାହ୍ନରେ ସ୍ଥାନୀୟ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories