www.samajalive.in
Friday, December 5, 2025
26.1 C
Bhubaneswar

ଓଭରଟେକ୍‌କୁ କେନ୍ଦ୍ରକରି ମୁଖ୍ୟମନ୍ତ୍ରୀ ବସକୁ ଆକ୍ରମଣ, ଥାନା ଆଗରେ ବସ ରଖି ସେବା ବନ୍ଦ କଲେ କର୍ମଚାରୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ ଉପରକୁ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି ବସ କାଚ ଭଙ୍ଗାରୁଜା କରିବା ସହିତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବସ କର୍ମଚାରୀମାନେ ଥାନା ଆଗରେ ବସ ରଖି ପ୍ରତିବାଦ ସ୍ଵରୂପ କାର୍ଯ୍ୟବନ୍ଦ ରଖିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ କର୍ମଚାରୀମାନେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଦେଓଗାଁ-ରାମଚନ୍ଦ୍ରପୁର ରୁଟ୍‌ରେ ଚାଲୁଥିବା ବସକୁ ଧଣ୍ଡାମାଲ ପଞ୍ଚାୟତର ପିପଲ ପଦର ଛକ ନିକଟରେ ଜଣେ ବାଇକ ଚାଳକ ଓଭରଟେକ କରିଥିଲେ। କିନ୍ତୁ ବାଇକ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା କରି ଚାଳକ ଜଣକ ଏକ ଠେଙ୍ଗାରେ ବସକୁ ଆକ୍ରମଣ କରି କାଚ ଭାଙ୍ଗିଦେଇଥିବା ବେଳେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିଥିଲେ ବୋଲି ବସ କଣ୍ଡକ୍ଟର ପରଖିତ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରି କି ପ୍ରମୋଦ ବଗର୍ତ୍ତୀଙ୍କ ପକ୍ଷରୁ ମଧ୍ୟ ବସ କର୍ମଚାରୀଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ବସ କର୍ମଚାରୀଙ୍କୁ ଆକ୍ରମଣ ହେବାରୁ ବସକୁ ଦେଓଗାଁ ବସଷ୍ଟାଣ୍ଡରେ ରଖି କର୍ମଚାରୀମାନେ ସେବା ବନ୍ଦ କରିଛନ୍ତି। ଏଣୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଯାତ୍ରୀମାନେ ଦାବି କରିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories