www.samajalive.in
Friday, December 5, 2025
20.1 C
Bhubaneswar

ଅଯୋଗ୍ୟ ହାତେଇଛନ୍ତି ରାସନକାର୍ଡ; ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଝୁଲୁଛି ତାଲା

ବାସୁଦେବପୁର: ଅଯୋଗ୍ୟ ହାତେଇଛନ୍ତି ରାସନକାର୍ଡ । ପ୍ରକୃତ ହିତାଧିକାରୀମାନଙ୍କୁ ବାଦ ଦିଆଯାଇଛି । ଫଳରେ ରାସନକାର୍ଡ ପାଇଁ ଆଶାୟୀ ହୀତାଧିକାରୀମାନେ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ଆଶାୟୀ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏମିତି ଘଟଣା ବାସୁଦେବପୁର ବ୍ଲକ ପରିସରରେ ଦେଖିବାକୁ ମିଳିଛି । ଆଜି ପଢୁଆଁ, ଅଢୁଆଁ, ନୂଆଗାଁ, ଇରମ, ଜଗନ୍ନାଥପୁର, ସୁଦର୍ଶନପୁର ଅଞ୍ଚଳର କେତେକ ଆଶାୟୀ ହିତାଧିକାରୀ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଆସିଥିଲେ । କାର୍ଯ୍ୟାଳୟ ସଫାସୁତରା ନଥିବା ବେଳେ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି । ଏହି ସମୟରେ କେତେକ ଦରକାରୀ ଫାଇଲ ତଳେ ପଡିଯାଇଥିଲା । ଅସନ୍ତୋଷ ପ୍ରକାଶ ପାଇବାରୁ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଆଶାୟୀ ହୀତାଧିକାରୀମାନଙ୍କ ନିକଟରେ କେତେକ ଜନପ୍ରତିନିଧୀ ପହଞ୍ଚି ଆଶ୍ୱାସନା ଦେଇଥିଲେ । ଏନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ମାତ୍ର ସରକାରୀ କାର୍ଯ୍ୟାଳୟରେ ଜିଲ୍ଲା ଦପ୍ତରକୁ ଯାଇଥିବା ଜାଣିବାକୁ ମିଳିଛି । ତେବେ ଯୋଗାଣ ବିଭାଗର ଅନ୍ୟ କର୍ମଚାରୀମାନଙ୍କ ଅନୁପସ୍ଥିତକୁ କିଛି ସମୟ ପାଇଁ ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories