www.samajalive.in
Sunday, December 7, 2025
26.1 C
Bhubaneswar

‘ଉଚ୍ଚତର ଶିକ୍ଷା ଓ ଗବେଷଣା ଦେଶକୁ ସମୃଦ୍ଧ କରିବ’

କଣ୍ଟାବାଞ୍ଜି: ସ୍ଥାନୀୟ କେ ଭି କଲେଜର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଶାରେ ଉଚ୍ଚ ଶିକ୍ଷାର ସ୍ଥିତି ବିଷୟ ଉପରେ ଏକ ସଂପାନ ଆୟୋକିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମହବିଦ୍ୟାଳୟ ଅଧ୍ୟକ୍ଷ ଡ ପଦ୍ମଲୋଚନ ବର୍ମା ଉଦଘାଟକ ଓ ଆଇଆଇଟି ଇନ୍ଦୋରର ଗବେଷକ ଜିତାମିତ୍ର ବେହେରା ଅତିଥି ଆଲୋଚକ ଭାବରେ ଯୋଗଦେଇଥିଲେ । ଉଚ୍ଚତର ଶିକ୍ଷା ଓ ଗବେଷଣା ଦେଶକୁ ସମୃଦ୍ଧ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ପ୍ରଭାସିନୀ ରାଉତରାୟ, ଉର୍ମିଳା ସାହୁ, ସୁନିତା ଶବର, ଆଧ୍ୟାପକ ସୂର୍ଯ୍ୟକାନ୍ତ ସାହୁ, ଉମେଶ ବାଗ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଅଧ୍ୟାପକ ପ୍ରଦ୍ୟୁମ୍ନ ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଧନମତି ମାହାର ଧନ୍ୟବାଦ ପ୍ରଦାନ କରିଥିଲେ । ଆଲୋଚନାରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ସ୍ଥିତି, ସୁବିଧା ଅସୁବିଧା, ସରକାରୀ ଅର୍ଥ ବ୍ୟବସ୍ଥା, ଜାତୀୟ ଅନ୍ତଜାତୀୟ ସ୍ତରରେ ଉଚ୍ଚଶିକ୍ଷାର ବ୍ୟବସ୍ଥା ଓ ପରମ୍ପରା, ଶିକ୍ଷଣ ପରମ୍ପରାରେ ଭାଷା ଓ ସଂସ୍କୃତିର ମହତ୍ଵ ଉପରେ ଆଲୋଚନା କରାଯାଇଥିଲା । ସ୍ନାତକୋତ୍ତର ଓ ସ୍ନାତକ ବିଭାଗର ଛାତ୍ର ଛାତ୍ରୀ ଇ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏଥିରେ ଯୋଗ ଦେଇଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories