ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ପଞ୍ଚାୟତର ପାଙ୍ଗିଗୁଡା ଗ୍ରାମରେ ରବିବାର ଦୁଇ ସଉତୁଣୀଙ୍କ ଆତ୍ମହତ୍ୟା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ଗ୍ରାମ ତଥା ଆଖପାଖ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ମୁତାବକ ପାଙ୍ଗିଗୁଡା ଗ୍ରାମର ରାଜେନ୍ଦ୍ର ଜାନିଙ୍କ ଦୁଇ ସ୍ତ୍ରୀ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଘଟଣା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ରବିବାର ଦିନ ଅପରାହ୍ନରେ ପ୍ରଥମେ ରାଜେନ୍ଦ୍ରଙ୍କ ସାନ ସ୍ତ୍ରୀ ଆତ୍ମହତ୍ୟା କରିବା ଖବର ଗ୍ରାମରେ ଜଣାପଡ଼ିବା ପରେ ପରବର୍ତ୍ତୀ ସମୟରେ କିଛି ଘଣ୍ଟାର ବ୍ୟବଧାନରେ ବଡସ୍ତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ଗ୍ରାମରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା।
ଗ୍ରାମବାସୀଙ୍କ କହିବା ଅନୁସାରେ ଗତ କିଛି ଦିନ ହେଲା ଦୁଇ ସ୍ତ୍ରୀ ଜାନି ଚମ୍ପି ଓ ସାଖାରି ରଶ୍ମିଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଯେଉଁ ସମସ୍ୟାକୁ ନେଇ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ଆପୋଷ ବୁଝାମଣା ହୋଇଥିଲା। କିନ୍ତୁ ରବିବାର ଦିନ ପୁନର୍ବାର କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଘରେ କେହି ନଥିବାବେଳେ ଦ୍ୱିତୀୟ ସ୍ତ୍ରୀ ସାଖାରି ରଶ୍ମି ଗ୍ରାମ ନିକଟରେ ରହିଥିବା ମଶାଣି ନିକଟରେ ଏକ ଗଛରେ ପ୍ରଥମେ ଆତ୍ମହତ୍ୟା କରିବାର କିଛି ଘଣ୍ଟା ବ୍ୟବଧାନରେ ପ୍ରଥମ ସ୍ତ୍ରୀ ଜାନି ଚମ୍ପା ଚର୍ଚ୍ଚ ନିକଟରେ ଗଛରେ ଆତ୍ମହତ୍ୟା କରିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଶଶୁର ଏନେଇ ପଟ୍ଟାଙ୍ଗି ଥାନାରେ ପହଞ୍ଚି ସୋମବାର ଲିଖିତ ଅଭିଯୋଗ କରିଥିଲେ। ଥାନାଅଧିକାରୀ ଚତୁର୍ଭୁଜ ନାୟକ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛନ୍ତି। ପଟାଙ୍ଗି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ଅଡି କାର୍ରେ କ୍ଷୀର ବ୍ୟବସାୟ କରନ୍ତି ଏହି ଯୁବକ; ଜାଣନ୍ତୁ କାରଣ, ଦେଖନ୍ତୁ ଭିଡିଓ..



