www.samajalive.in
Saturday, December 6, 2025
23.1 C
Bhubaneswar

ବାର୍ଦ୍ଧକ୍ୟ ଭତ୍ତା ୩ ହଜାର କରିବା ଦାବିରେ ଏନଏସି କାର୍ଯ୍ୟାଳୟ ଘେରାଉ

କଣ୍ଟାବାଞ୍ଜି: ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା କରିବା ଦାବିରେ କଣ୍ଟାବାଞ୍ଜି ବିକାଶ ପରିଷଦ ପକ୍ଷରୁ ମଙ୍ଗଳବାର ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ) କାର୍ଯ୍ୟାଳୟ ଘେରାଉ କରାଯାଇଛି। ପରିଷଦ ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଶତାଧିକ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତି ଏନଏସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିରହିଥିଲେ।

ରାଜ୍ୟ ସରକାର କେବଳ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଭତ୍ତା ଅର୍ଥ ୧ ହଜାରରୁ ୩୫ଶହ ଟଙ୍କାକୁ ବୃଦ୍ଧି କରି ବଜେଟରେ ବ୍ୟୟବରାଦ କରିଛନ୍ତି। କିନ୍ତୁ ସରକାର ଗଠନ ପୂର୍ବରୁ ବିଜେପି ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବା ଲାଗି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା। ଏହା ପ୍ରତିବାଦରେ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଶହ ଧାରଣା ଦିଆଯିବା ସହିତ ମୁଖ୍ୟମନ୍ତୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ଜରିଆରେ ପ୍ରଦାନ କରାଯାଇଛି। ଘେରାଉ ସମୟରେ ବିକାଶ ପରିଷଦ ସଭାପତିଙ୍କ ସହ ପଦ୍ମାବତୀ ନାୟକ, ଘନଶ୍ୟାମ ସାହୁ, ଉଷା ନାଗ, ସଂଜୀବ ବାରିକ, ଲିନା ପୋଢ଼, ରାଣୀ ଖରସେଲ, ହରିପ୍ରିୟା ପ୍ରଧାନୀ, ଲଷ୍ମୀ ସୁନା, ସୁଲୋଚନା ସାହୁ ପ୍ରମୁଖଙ୍କ ସମେତ ବହୁ ହିତାଧିକାରୀ ଏବଂ ସଦସ୍ୟ ଉପସ୍ଥିତ ଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories