www.samajalive.in
Saturday, December 6, 2025
26.1 C
Bhubaneswar

ଯବାନଙ୍କ ଗୁଳିରେ ଟଳିଲେ ୯ ମାଓବାଦୀ

ସମାଜ ଡିଜିଟାଲ ଡେସ୍କ: ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୯ ମାଓବାଦୀ। ଛତିଶଗଡ଼ର ଦନ୍ତେଓ୍ବାଡ଼ା ଏବଂ ବିଜାପୁର ସୀମାନ୍ତ ଜଙ୍ଗଲରେ ମଙ୍ଗଳବାର ପୂର୍ବାହ୍ନରେ ଗୁଳିବିନିମୟ ସମୟରେ ଯବାନଙ୍କୁ ଏହି ସଫଳତା ମିଳିଛି। ଅପରାହ୍ନ ସୁଦ୍ଧା ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।

ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି, ଦ​‌ନ୍ତେଓ୍ବାଡ଼ା ଏବଂ ବିଜାପୁର ଜିଲା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଜିଲା ସଂରକ୍ଷିତ ବାହିନୀ(ଡିଆରଜି) ଏବଂ କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ(ସିଆରପିଏଫ)ର ଏକ ମିଳିତ ଟିମକୁ କୋମ୍ବିଂ ଅପରେସନ ପାଇଁ ପଠାଯାଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଯାଏ ଗୁଳିବିନିମୟ ଜାରି ରହଇଥିଲା। ଘଟଣାସ୍ଥଳରୁ ୯ ମାଓବାଦୀଙ୍କ ମୃତହେଦ ଜବତ ହୋଇଛି। ଏହା ସହିତ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ଛତିଶଗଡ଼ରେ ମାଓବାଦୀ ଦମନ ଅଭିଯାନ ସମୟରେ ବିଗତ ୩ ମାସରେ ମଧ୍ୟରେ ୩୫ ମାଓବାଦୀ ନିହତ ହୋଇଛନ୍ତି ଏବଂ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories