www.samajalive.in
Saturday, December 6, 2025
16.1 C
Bhubaneswar

ଟଳିଲେ ୯ ମାଓବାଦୀ, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ

ଡେସ୍କ: ଛତିଶଗଡ଼ର ବସ୍ତର ଅଞ୍ଚଳର ଦାନ୍ତେଓ୍ଵାଡା-ବିଜାପୁର ସୀମାରେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ ହୋଇଛନ୍ତି। ପୁଲିସ ନକ୍ସଲଙ୍କ ଠାରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି।

ଦାନ୍ତେଓ୍ଵାଡା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପଶ୍ଚିମ ବସ୍ତର ଡିଭିଜନରୁ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଆଧାରରେ ମିଳିତ ପୁଲିସ ଟିମ୍ ତଲାସୀ ଅଭିଯାନ ଆରମ୍ଭ କରିବା ପରେ ସକାଳ ସାଢ଼େ ୧୦ଟାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

- Advertisement -

ଦାନ୍ତେଓ୍ଵାଡ଼ା ଏସପି ଗୌରବ ରାୟ କହିଛନ୍ତି ଯେ ନକ୍ସଲଙ୍କ ଠାରୁ ବିପୁଳ ସଂଖ୍ୟକ ଏସଏଲଆର ରାଇଫଲ, ୩୦୩ ରାଇଫଲ ଏବଂ ୩୧୫ ବୋର ରାଇଫଲ ଜବତ କରାଯାଇଛି। ଏହି ଅଭିଯାନରେ ନିୟୋଜିତ ସମସ୍ତ ସୁରକ୍ଷା ବାହିନୀ ଯବାନ ସୁରକ୍ଷିତ ଥିବା ସୂଚନା ମିଳିଛି। ଏବେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ଏବଂ ତଲାସୀ ଅଭିଯାନ ଶେଷ ହେବା ପରେ ଏକ ବିସ୍ତୃତ ରିପୋର୍ଟ ଜାରି କରାଯିବ ବୋଲି ସେ କହିଛନ୍ତି।

୨୦୦୧ରୁ ୨୦୨୪ ମଧ୍ୟରେ ଛତିଶଗଡ଼ର ସଂଘର୍ଷ ଗ୍ରସ୍ତ ବସ୍ତର ଅଞ୍ଚଳରେ ନକ୍ସଲ ହିଂସାରେ ଟାର୍ଗେଟ୍ ଆକ୍ରମଣରେ ପ୍ରାଣ ହରାଇଥିବା ସୁରକ୍ଷାକର୍ମୀଙ୍କ ତୁଳନାରେ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ବସ୍ତର ପୁଲିସ ତଥ୍ୟ ଅନୁଯାୟୀ, ମାଓ ପ୍ରଭାବିତ ଡିଭିଜନର ୭ଟି ଜିଲ୍ଲାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୧ ହଜାର ୮୫୧ ଜଣଙ୍କ ମଧ୍ୟରୁ ୧ ହଜାର ୬୨୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ବେଳେ ୨୨୮ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଗୁଳି ବିନିମୟ, ଆକ୍ରମଣ ଓ ଆଇଇଡି ବିସ୍ଫୋରଣରେ ୧ ହଜାର ୨୯୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories