www.samajalive.in
Monday, December 8, 2025
27.1 C
Bhubaneswar

କାନାଡ଼ାରେ ୪ ଦିନ ହେଲା ନିଖୋଜ ଥିବା ଭାରତୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଓଟାଓ୍ବା: କାନାଡ଼ାରେ ଗତ ୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର ହୋଇଛି। କାନାଡ଼ାରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବଂଶିକାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ବଂଶିକାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି, ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କାନାଡ଼ା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ବଂଶିକା ଆମ୍ ଆଦମୀ ପାର୍ଟି ନେତା ଦେବିନ୍ଦର ସିଂହଙ୍କ ଝିଅ, ଯିଏକି ଆପ୍‌ ବିଧାୟକ କୁଲଜିତ ସିଂହ ରନ୍ଧାୱାଙ୍କ ନିକଟତର ବୋଲି କୁହାଯାଏ। ବଂଶିକା ପଞ୍ଜାବର ଡେରା ବସ୍ସି ନିବାସୀ ଥିଲେ ଏବଂ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ପାଠପଢ଼ିବା ପାଇଁ ସେ କାନାଡା ଯାଇଥିଲେ। ବଂଶିକା ଗତ ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ଘର ଦେଖିବା ପାଇଁ ବାହାରିଥିଲେ କିନ୍ତୁ ଆଉ ଫେରି ନଥିଲେ। ଏବେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସମୁଦ୍ର କୂଳରୁ ଉଦ୍ଧାର ହୋଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories