www.samajalive.in
Sunday, December 7, 2025
23.1 C
Bhubaneswar

ସୁରକ୍ଷିତ ତଟ ସମୃଦ୍ଧ ଭାରତ ପାଇଁ ସିଆଇଏସଏଫର ସାଇକେଲ ଶୋଭାଯାତ୍ରା

ଧାମରା: ଧାମରାଠାରେ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାକୁ ଭଦ୍ରକ ଜିଲାପାଳ ଦିଲୀପ ରାଉତରାୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସୁରକ୍ଷିତ ତଟ ସମୃଦ୍ଧ ଭାରତ ଗଠନ ପାଇଁ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ପକ୍ଷରୁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଆସି ଧାମରାରେ ପହଞ୍ଚିଥିଲା। କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳର ଅଧିକାରୀ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ। ଆଜି ସକାଳ ସମୟରେ ସ୍ଥାନୀୟ ଗୋଲଡେନ ଆଙ୍କର ହୋଟେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଉପସ୍ଥିତ ଭଦ୍ରକ ଜିଲାପାଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଏହି ସାଇକେଲ ରାଲିରେ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ ପକ୍ଷରୁ ୫୦ଜଣ ସାଇକେଲ ଆରୋହୀ ଅଂଶ ଗ୍ରହଣ କରିଥିବାବେଳେ ଏହି ଦଳ ୧୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟର ୬୫୫୩ କିମି ସାଇକେଲ ରାଲି କରିବେ। ସୁରକ୍ଷିତ ତଟ ଏବଂ ସମୃଦ୍ଧ ଭାରତ ଗଠନ କରିବା ସହ ସୁସ୍ଥ ପରିବେଶ ଗଠନ ଏହାର ମୂଳ ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା। ପରେ ଭଦ୍ରକ ଜିଲାପାଳ ଏବଂ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳର ଅଧିକାରୀ ଏମାନଙ୍କୁ ପତାକା ଦେଖାଇ ୫ମ ଦିନ ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories