www.samajalive.in
Monday, December 8, 2025
13.1 C
Bhubaneswar

କାଳ ସାଜିଛି ମୂଷାନାଳ-ବନ୍ଧପାରୀ ରାସ୍ତା

ଲାଞ୍ଜିଗଡ଼: ନିମ୍ନମାନର କାମ ସାଙ୍ଗକୁ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ରାସ୍ତାଗୁଡିକ ଏବେ ବିପଦସଂକୁଳ ପାଲଟିଛି। ରାସ୍ତାଗୁଡିକ ସଂପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ଯାନବାହନ ଚଳାଚଳ ଓ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି। ରାସ୍ତାର ଏପରି ଅବସ୍ଥା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୂଷାନାଳରୁ ବନ୍ଧପାରିକୁ ସଂଯୋଗ କରୁଥିବା ରାସ୍ତାରେ। ଏହି ରାସ୍ତାର ମୂଷାନାଳ ଗାଁ ଶେଷ ମୁଣ୍ଡରେ ଆଣ୍ଠୁଏ ଗଭୀର ଏକାଧିକ ଖାଲ ରହିଛି।

ଏହି ଖାଲ ଯୋଗୁଁ  ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି। ସେହିପରି ଖାଲ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବା ବିପଦପୂର୍ଣ୍ଣ ହୋଇଛି। ବାଇକ ଓ ସାଇକେଲ ଆରୋହୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ଜୀବନ ଯନ୍ତ୍ରଣା। ତେବେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏହି ରାସ୍ତାର ମରାମତି କରାଯାଇନାହିଁ। ଏହାକୁ ନେଇ ଅଞ୍ଚଳରେ ଗଭୀର ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏହା ଯେକୌଣସି ମୁହୂର୍ତ୍ତରେ ଆନ୍ଦୋଳନର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ମୂଷାନାଳ ଗାଁରେ ସୃଷ୍ଟି ହୋଇଥିବା ଖାଲକୁ ତୁରନ୍ତ ମରାମତି କରିବା ସହିତ ରାସ୍ତା ସଜାଡ଼ିବାକୁ ସାଧାରଣରେ ଦାବି ହେଉଛି।

ଏଥର ହୋଲିରେ ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

- Advertisement -

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories