www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ମହିଳା ନିଜେ ଉଠାଇଲେ ରେଲୱେ ଫାଟକ, ତା’ପରେ ହେଲା ଏମିତି..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯଜନକ ଘଟଣା ସାମ୍ନାକୁ ଆସିଛି। ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଜଣେ ମହିଳା ଏଠାରେ ରେଲୱେ ଫାଟକକୁ ନିଜେ ଉଠାଇ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସେ ଫାଟକ ଅତିକ୍ରମ କରିବା ସମୟରେ ହିଁ ଫାଟକ ଆପେ ଆପେ ଖସି ପଡୁଛି। ମହିଳା ଜଣକ ସେହି ସମୟରେ ଭୂମି ଉପରେ କଚାଡି ହୋଇ ପଡୁଛନ୍ତି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

- Advertisement -

ଏହି ଭିଡିଓରେ ଦେଖିପାରିବେ, ରେଲୱେ କ୍ରସିଙ୍ଗ୍‌ରେ ଫାଟକ ବନ୍ଦ ରହିଛି । ସେଠାରେ ଅନେକ ଲୋକେ ଟ୍ରେନ୍‌ ଅତିକ୍ରମ କରିବାକୁ ଅପେକ୍ଷା କରି ରହିଛନ୍ତି । ମାତ୍ର ମହିଳା ଜଣକ ଅପେକ୍ଷା କରିବା ପରିବର୍ତ୍ତେ ନିଜେ ହିଁ ଫାଟକକୁ ଉଠାଇବା ସହ ସେଠାରୁ ଯିବାକୁ ଚେଷ୍ଟା କରୁଥିଲେ । ମହିଳା ଆଗକୁ ଯିବା ମାତ୍ରେ ଫାଟକ ହଠାତ୍‌ ଖସି ପଡିଥିଲା । ମହିଳା ଜଣକ କଚାଡି ହୋଇ ତଳେ ପଡି ଯାଇଥିଲେ । ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମହିଳା ଜଣକ ଅଧିକ ଗୁରୁତର ହୋଇ ନାହାଁନ୍ତି । ମାତ୍ର ଏଭଳି ପଦକ୍ଷେପ ଗ୍ରହଣ ନକରିବାକୁ ରେଲୱେ ପକ୍ଷରୁ ପରାମର୍ଶ ଦିଆଯାଉଛି।

ଏଥର ହୋଲିରେ ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories