www.samajalive.in
Monday, December 8, 2025
27.1 C
Bhubaneswar

ଛୁରୀ ଦେଖାଇ ନାବାଳିକାକୁ ଅପହରଣ ଉଦ୍ୟମ, ଯୁବକ ଅଟକ

ପାରାଦୀପ: ଛୁରୀ ଦେଖାଇ ଜଣେ ନାବାଳିକାକୁ ଦୁଇ ଜଣ ଯୁବକ ଅପହରଣ ଉଦ୍ୟମ କରିଥିବା ସୂଚନା ମିଳିଛି। ଅପହରଣ ଉଦ୍ୟମବେଳେ ଜଣେ ଯୁବକକୁ ସ୍ଥାନୀୟ ଲୋକେ କାବୁ କରିନେଇଥିବାବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କୁଜଙ୍ଗ ଥାନା ଅଞ୍ଚଳରେ ନାବାଳିକା ଅପହରଣ ଉଦ୍ୟମ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି।

କୁଜଙ୍ଗ ଥାନା ଅଞ୍ଚଳରେ ଆୟୋଜିତ ହେଉଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଜଣେ ନାବାଳିକା ଆସିଥିବାବେଳେ ତାଙ୍କୁ ଦୁଇଜଣ ଯୁବକ ଅପହରଣ ଉଦ୍ୟମ କରିଥିଲେ। ନାବାଳିକାକୁ ଅପହରଣ କରାଯାଉଥିବା ଜାଣିପାରି ସ୍ଥାନୀୟ ଲୋକେ ଉଭୟ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରି ପୁଲିସକୁ ଖବର ଦେଇଥିଲେ। ଅପରପକ୍ଷରେ ଅନ୍ୟଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories