www.samajalive.in
Saturday, December 6, 2025
16.1 C
Bhubaneswar

୨ ଚୋରା ମଦ ବ୍ୟବସାୟୀ ଗିରଫ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚୂଳଧର ଗ୍ରାମରେ ଚୋରା ମଦ ବ୍ୟବସାୟ କରୁଥିବା ୨ ଅଭିଯୁକ୍ତଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅବକାରୀ ଏସପି ଶୁଭମ କୁମାର ନାଏକଙ୍କ ନିର୍ଦେଶରେ ଅତାବିରା ଅବକାରୀ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଅତାବିରା ବ୍ଲକ ଅନ୍ତର୍ଗତ  ଚୂଳଧର ଗ୍ରାମରେ ବାଇକ୍ ନଂ. ଓଡି ୧୭ ଏମ୍ ୨୧୯୨ରେ ମହୁଲି ରନ୍ଧା ମଦ  ବେପାର କରୁଥିବା  ଦୁଇଜଣ  ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ ୩୫ ଲିଟର ରନ୍ଧା ମଦ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀ ପଡ଼ା ୱାର୍ଡ ନଂ. ୧ର ଅଜୟ ଗଡତିଆ(୩୬) ଓ ବରଗଡ଼ କେଶବ ନଗରର ଫକୀର ସାହୁ(୨୮)। ଅତାବିରା ଅବକାରୀ ଅଧିକାରୀ ଆରତୀ ମିଞ୍ଚ, କନଷ୍ଟେବଳ ପ୍ରଦୀପ କୁମାର ସାହୁ, ହୃଦାନନ୍ଦ ବେହେରା, ସାଗରିକା ବାଗାର ପ୍ରମୁଖ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories