ଡେସ୍କ: ଗୋଟିଏ ଦିନରେ ଆଜି ଲକ୍ଷ ଲକ୍ଷ ଉପଭୋକ୍ତା ଦୁଇ ଥର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅସୁବିଧାର ସମ୍ମୁଖୀନ ହେବା ପରେ ସନ୍ଧ୍ୟାରେ ତୃତୀୟ ଥର ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଲନ୍ ମସ୍କଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ ସୋମବାର ଏକାଧିକ ଥର ଡାଉନ ହୋଇଥିଲା ଏବଂ ପାଖାପାଖି ୪ ଲକ୍ଷ ଉପଭୋକ୍ତା ସମସ୍ୟା ବିଷୟରେ ରିପୋର୍ଟ କରିଥିଲେ। ଯଦିଓ ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ କରାଯାଇଥିଲା କିନ୍ତୁ ପୁଣି ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ କଂପାନି ପକ୍ଷରୁ ସମାଧାନ ହୋଇପାରି ନାହିଁ।
ଆଜି ସନ୍ଧ୍ୟା ୬.୨୮ ମିନିଟ ସମୟରେ ସାରା ବିଶ୍ୱର ଲକ୍ଷାଧିକ ଉପଭୋକ୍ତା ଦ୍ଵିତୀୟ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଥିଲା। ପୁଣି ସନ୍ଧ୍ୟା ୭.୨୮ ମିନିଟରେ ଆଉଥରେ ଏକ୍ସ ଡାଉନ ହୋଇଥିଲା।
ତୃତୀୟ ଥର ପାଇଁ ସନ୍ଧ୍ୟା ୮.୩୦ ମିନିଟରେ ପୁଣି ଏକ୍ସ କ୍ରାଶ କରିଛି ଓ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।



