www.samajalive.in
Sunday, December 7, 2025
14.1 C
Bhubaneswar

ନିଖୋଜ ବାପା-ପୁଅଙ୍କ ମୃତଦେହ ଉଦ୍ଧାର, ପାଣି ଭିତରେ ବାପାକୁ ଜାବୁଡ଼ି ଧରିଥିଲା ପୁଅ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପା-ପୁଅଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟରୁ ଉଭୟଙ୍କ ମୃତଦେହ ମିଳିଛି। ମୃତଦେହ ଉଦ୍ଧାର ସମୟରେ ପୁଆ ଜୀବନ ବଞ୍ଚାଇବାକୁ ତା’ ବାପାକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

- Advertisement -

ମୃତକଦ୍ବୟ ହେଲେ ଗଣେଶ୍ବର ଦେହୁରୀ(୩୪) ଓରଫ ଗଣି ଏବଂ ତାଙ୍କ ୮ବର୍ଷର ପୁଅ। ଗଣେଶ୍ବର ଜଣେ ବସ ଚାଳକ। ଲକ୍‌ଡାଉନ ଯୋଗୁ ରୋଜଗାର ବନ୍ଦ ପଡିଥିବାବେଳେ ରବିବାର ମାଛ ଧରିବା ପାଇଁ ସେ ଜାଲ ନେଇ ସାନପୁଅ ସହିତ ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟ ବା କୁଣ୍ଡିକୁ ଯାଇଥିଲେ। ତେବେ ଘରକୁ ନ ଫେରିବାରୁ ସମସ୍ତେ ଖୋଜାଖୋଜି କରିଥିଲେ। ମନ୍ଦିର ପାଖରେ ବାଇକ ମଳିଥିବା ବେଳେ ଡିକିରେ ମୋବାଇଲ ଫୋନ ଥିଲା। ମାତ୍ର ବାପ-ପୁଅଙ୍କ ପତ୍ତା ମିଳି ନ ଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହିତ ରାତି ସାରା ପାଣିରେ ଖୋଜାଖୋଜି କରିଥିଲେ। କିନ୍ତୁ ସେମାନଙ୍କ ସନ୍ଧାନ ମିଳି ନ ଥିଲା। ପାଇନଥିଲେ। ତେବେ ସକାଳେ ତାଙ୍କ ଆତ୍ମୀୟମାନେ ପାଣିରେ ବାପ-ପୁଅଙ୍କ ଚପଲ ଭାସୁଥିବା ଦେଖି ସେହିସ୍ଥାନରେ ବୁଡି ଉଭୟଙ୍କୁ ଉଦ୍ଧାର କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରିବା ଅସବସ୍ଥାରେ ଉଭୟ ବାପା-ପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories