www.samajalive.in
Monday, December 8, 2025
14.1 C
Bhubaneswar

ରାଇରଙ୍ଗପୁର, ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ଏବଂ ବାରିପଦାରେ ଶୁକ୍ରବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ବୋଲି ନବୀନ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା ତଥା ଷ୍ଟାର ପ୍ରଚାରକ ଭି.କେ. ପାଣ୍ଡିଆନ ବି ଆୟୋଜିତ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି।

ରାଇରଙ୍ଗପୁରରେ ପାଣ୍ଡିଆନ କହିଥିଲେ, ରାଜ୍ୟ ସରକାର ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ସେମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଦେବସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପଦକ୍ଷେପ ନେଇଆସୁଛନ୍ତି। ଆଦିବାସୀମାନଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ପାଣ୍ଡିଆନ କହିଥିଲେ।

- Advertisement -

ପାଣ୍ଡିଆନ ବିଜେଡି ସରକାରର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ସାରା ଦେଶରେ ସବୁଠାରୁ ଅଧିକ ଆଦିବାସୀ ଛାତ୍ରାବାସ ଓଡ଼ିଶାରେ ନିର୍ମାଣ ହୋଇଛି ବୋଲି କହିଥିଲେ। ଆସନ୍ତା ଜୁନରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ୨ୟ ଦସ୍ତଖତ କରିବେ। ସେହିପରି ୩ୟରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ଯୋଜନାରେ ମହିଳାମାନଙ୍କୁ ପେନସନ୍‌‌ ଦେବା ଘୋଷଣାରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ।

ସେହିପରି ବାରିପଦାର ଛଉ ପଡ଼ିଆରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଜନସଭାରେ ସ୍ଥାନୀୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories