ତୃତୀୟ ପର୍ଯ୍ୟାୟ ଭୋଟ: ବୁଥ୍ ମୁହାଁ ମହିଳା ପୋଲିଂ କର୍ମଚାରୀ
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଯାଉଛି ଇଭିଏମ୍। ଭୁବନେଶ୍ୱର, କଟକ, ସମ୍ବଲପୁର ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ନେଇ ପୋଲିଂ ବୁଥ୍ ଅଭିମୁଖେ ଯାଉଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ। ଭୁବନେଶ୍ୱର ବିଜେବି କଲେଜ ମହିଳା ପୋଲିଂ ଅଧିକାରୀ ମାନେ ନିଜ ନିଜ ବୁଥ ସ୍ଥଳକୁ ଯାଉଛନ୍ତି। ଏଠାରେ ୫ଟି ନିର୍ବାଚନମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୋଲିଂ ବୁଥ ରହିଛି। ସେହିଭଳି ଇଭିଏମ୍ ନେଇ କଟକ ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳିର ବୁଥକୁ ଯାଉଛନ୍ତି ନିର୍ବାଚନ ଅଧିକାରୀ। କଟକରେ ରେଭେନ୍ସାରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି।
Comments are closed.